ଗଛକୁ ପିଟିଲା ବାଇକ୍, ଜଣେ ମୃତ
ହିଞ୍ଜିଳିକାଟୁ : ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବେଲଗାଁ ଥାନା ଗୋଦରାପଲ୍ଲୀ ଛକ ନିକଟରେ ଜଣେ ବାଇକ୍ ଅରୋହୀ ଗଛରେ ପିଟି ହୋଇ ମୃତୁ୍ୟ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ କେଉଟ ସାହିର ଶଙ୍କର ବେହେରା (୩୪) । ପ୍ରକାଶ ଯେ, ଶଙ୍କର ଶୁକ୍ରବାର ସନ୍ଧ୍ୟାରେ ଶଳା ଓ କିଛି ସହଯୋଗୀ ମିଶି ଶଶୁର ଘର ଗ୍ରାମ ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମକୁ ଯାଇଥିଲେ । ବିଳମ୍ବିତ ରାତିରେ ମୋଟର ସାଇକେଲ ଓଡି୦୭ ଏସି ୭୮୫୫ ଯୋଗେ ହିଞ୍ଜିଳିକାଟୁ ଫେରୁଥିଲେ । ବେଲଗାଁ ଥାନା ଗୋଦରାପଲ୍ଲୀ ଛକ ନିକଟରେ ରାସ୍ତା ପାର୍ଶ୍ୱ ଏକ ଗଛ ସହ ଧକ୍କା ଘଟି ଚାଷଜମି ନିକଟସ୍ଥ ଏକ ନାଳ ଭିତରକୁ ପଡିଯାଇଥିଲେ । ଯାହାଫଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଶନିବାର ସକାଳେ ନିକଟସ୍ଥ ଗ୍ରାମର କିଛି ଲୋକେ ଚାଷଜମିକୁ ଯାଇଥିବା ବେଳେ ନାଳ ନିକଟରେ ବାଇକ୍ ଓ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିଲା । ସ୍ଥାନୀୟ ଅଞ୍ଚଳ ବେଲଗାଁ ଅଧିନରେ ରହିଥିବାରୁ ହିଞ୍ଜିଳି ପୁଲିସ ବେଲଗାଁ ପୁଲିସକୁ ଖବର ଦେଇଥିଲେ । ବେଲଗାଁ ପୁଲିସ ବାଇକ୍ ଓ ମୃତଦେହକୁ ଜବତ କରିଛି । ଏ ନେଇ ବେଲଗାଁ ଥାନାରେ କେସ ନମ୍ବର- ୧୪୯/୨୫ ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି ।