ଅଟୋ ଦୁର୍ଘଟଣା: ଚାଳକ ମୃତ 

 ହିଞ୍ଜିଳିକାଟୁ: ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସନ୍ତୋଷୀ ମା' ମନ୍ଦିର ନିକଟରେ ଶନିବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାରେ ବାଳକଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହିଞ୍ଜିଳି ସାରୁ ଗ୍ରାମର ଶିବଶଙ୍କର ପାତ୍ର ବୋଲି ଜଣାପଡ଼ିଛି  । ପ୍ରକାଶ ଯେ, ଶିବଶଙ୍କର ନିଜ ଯାତ୍ରୀବାହୀ ଅଟୋ ଯୋଗେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ  । ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସନ୍ତୋଷୀ ମା' ମନ୍ଦିର ନିକଟରେ ରାଜପଥ ପ୍ୱାର୍ଶ୍ୱରେ ଥିବା ଏକ ମାଟି ଗଦା ସହ  ଧକ୍କା ହୋଇ ଅଟୋଟି ଓଲଟି ପଡ଼ିଥିଲା । ଦୁର୍ଘଟଣା ସ୍ଥଳରେ ହିଁ ଚାଳକଙ୍କ ମୃତୁ୍ୟ ଘଟିଥିଲା । ସେହି ରାସ୍ତା ଦେଇ ଯାତାୟତ କରୁଥିବା କିଛି ଲୋକେ ଚାଳକଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ଅଟୋକୁ ଜବତ କରିଛି । ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି । ଶବ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ପୁଲିସ କହିଛି । ତେବେ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ମାଟିଗଦା ସହ ଧକ୍କା ଘଟିଛି ନା କୈାଣସି ଗାଡି ଅଟୋକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛି ତାହା ସନେ୍ଦହ ଘେରରେ ରହିଛି । ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।