କବାଡି ଦୋକାନରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

 ତାଳଚେର: ତାଳଚେର ବ୍ଳକ ଅନ୍ତର୍ଗତ ଧରମପୁର ପଂଚାୟତର ସ୍କଟଲ୍ୟାଣ୍ଡପୁର କେନାଲ ନିକଟରେ ରହିଥିବା ଏକ ଅବ୍ୟବ୍ୟବହୃତ ପ୍ଲାଷ୍ଟିକ ଗୋଦାମ କବାଡି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଛାରଖାର ହୋଇଯାଇଛି  । ଘଟଣା ସ୍ଥଳରେ ତାଳଚେର ଅଗ୍ନିଶମ ବାହିନୀ ପହଞ୍ଚô ବହୁ ପରିଶ୍ରମ ପରେ ନିଆଁକୁ ଆୟତ କରିପାରିଥିଲେ  । ସୂଚନାମୁତାବକ ଜଙ୍ଗଲ ପୋଡିରୁ ନିଆଁ ଉଡି ଏହି କବାଡି ଦୋକାନରେ ପଡିବା ଫଳରେ ରହିଥିବା ପ୍ଲାଷ୍ଟିକଗୁଡିକ ହୁହୁ ହୋଇ ଜଳି ଯାଇଥିଲା ବୋଲି ଅଂଚଳବାସୀ ଏହା ପ୍ରକାଶ କରିଛନ୍ତି  । ଆଜି ମଧ୍ୟାନ୍ନ୍ଣ ପ୍ରାୟ ୧୨ ଘଟିକା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ହୁହୁ ହୋଇ ନିଆଁ ଲାଗିବା ଫଳରେ କାମ କରୁଥିବା ସମସ୍ତ କର୍ମଚାରୀ ଭୟଭିତ ହୋଇ ସେଠାରୁ ପଳାଇ ଆସିଥିଲେ । ବ୍ୟାପକ କଳାଧୂଆଁରେ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇପଡିଥିଲା । ଏହି ନିଆଁର ଧାସ ଏତେ ପ୍ରଖର ଥିଲା ଯେ, ତାର ଆଖପାଖକୁ ଯିବା ସମ୍ଭବ ହୋଇନଥିଲା । ଏହି କବାଡି ଦୋକାନୀ ବିଭିନ୍ନ ସ୍ଥାନରୁ ଅବ୍ୟବ୍ୟବହୃତ ପ୍ଲାଷ୍ଟିକ୍ ସଂଗ୍ରହକରି ସେଠାରେ ସେଗୁଡିକୁ ମେସିନ୍ ଦ୍ୱାରା ତରଳାଇ ନୂଆ ରୂପରେଖ ଦେଇ ବାହାରକୁ ରପ୍ତାନୀ କରିଥାଏ ବୋଲି ଶୁଣାଯାଏ ।