ଏସ୍ବିଡ଼ି ଇଣ୍ଟରନ୍ୟାସ୍ନାଲ ସ୍କୁଲର ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳତା

ଭଦ୍ରକ : ସି.ବି.ଏସ୍.ଇ ଦ୍ୱାରା ପ୍ରକାଶ ପାଇଥବା ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷାରେ ଏସ୍.ବି.ଡ଼ି ଇଣ୍ଟରନ୍ୟାସ୍ନାଲ ସ୍କୁଲର ଛାତ୍ରଛାତ୍ରୀଗଣ ବିଶେଷ ସଫଳତା ଅର୍ଜନ କରିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ୧୯୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସଫଳତା ହାର ୧୦୦ ପ୍ରତିଶତ ଅଟେ । ୩୭ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ଏବଂ ଊର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ୭୫ଜଣ ଛାତ୍ରଛାତ୍ରୀ ୯୦ରୁ ୯୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ୬୪ ଜଣ ଛାତ୍ରଛାତ୍ରୀ ୮୦-୮୯ ପ୍ରତିଶତ ମାର୍କ ରଖିଥିବା ବେଳେ ୪୧ ଜଣ ଛାତ୍ରଛାତ୍ରୀ ୬୦ରୁ ୭୯ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଛନ୍ତି । କୁମାରୀ ସାନ୍ ପଟ୍ଟନାୟକ (୯୮.୮ ପ୍ରତିଶତ) ଏବଂ କୁମାରୀ ପ୍ରକୃତି ବେହୁରିଆ (୯୮.୪ ପ୍ରତିଶତ) ମାର୍କ ରଖି ବିଦ୍ୟାଳୟ ଟପ୍ପର ହେବାର ଗୌରବାର୍ଜନ କରିଛନ୍ତି  । ଦ୍ୱାଦଶ ବିଜ୍ଞାନ ପରୀକ୍ଷାରେ ୧୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । 
ଏଠାରେ ସୂଚନା ଯୋଗ୍ୟ ଯେ ସି.ବି.ଏସ୍.ଇ. ଭୁବନେଶ୍ୱର ରିଜିଓନ୍ରେ ପାସ୍ ହାର ୭୮.୭ ହୋଇଥିବା ବେଳେ ବିଦ୍ୟାଳୟର ପାସ୍ ହାର ୯୫ ପ୍ରତିଶତ ଅଟେ । ୪ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ୯୦ ପ୍ରତିଶତ ଏବଂ ଉର୍ଦ୍ଧ୍ୱ ମାର୍କ ରଖିବାରେ ସଫଳ ହୋଇଥିବା ସମୟରେ ୨୭ ଜଣ ଛାତ୍ରଛାତ୍ରୀ ୮୦-୮୯ ପ୍ରତିଶତ ମାର୍କ ରଖିବାରେ ସଫଳତା ଅର୍ଜନ କରିଛନ୍ତି । ୮୫ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତ ଏବଂ ଉର୍ଦ୍ଧ୍ୱ ମାର୍କ ରଖିବାରେ ସଫଳ ହୋଇଛନ୍ତି । କୁମାରୀ ସ୍ୱୟଂଶୀ ମହାରାଜ୍ ୯୧ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପ୍ପର୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବାଣିଜ୍ୟ ବିଭାଗର ସଫଳତା ହାର ୧୦୦ ପ୍ରତିଶତ ହୋଇଥିବା ବେଳେ ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଏବଂ ଊର୍ଦ୍ଧ୍ୱ ମାର୍କ ରଖିବାରେ ସଫଳ ହୋଇଛନ୍ତି । ୭ ଜଣ ଛାତ୍ରଛାତ୍ରୀ ୮୦-୮୯ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଥିବା ବେଳେ, ୫ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତ ଏବଂ ଊଦ୍ଧ୍ୱ ମାର୍କ ରଖିବାରେ ସଫଳ ହୋଇଛନ୍ତି । କୁମାର କିଶୋର ଗୁପ୍ତା ୯୭ ପ୍ରତିଶତ ମାର୍କ ରଖି ବାଣିଜ୍ୟ ବିଭାଗରେ ଟପ୍ପର୍ ହୋଇଛନ୍ତି । କଳା ବିଭାଗରେ ସଫଳତା ହାର ୧୦୦ ପ୍ରତିଶତ ହୋଇଥିବା ବେଳେ କୁମାରୀ ତ୍ରିଶା ଗୁପ୍ତା ୮୯ ପ୍ରତିଶତ ମାର୍କ ରଖି ଟପ୍ପ୍ର ହୋଇଛନ୍ତି । ୪ ଜଣ ଛାତ୍ରଛାତ୍ରୀ ୮୦-୮୯ ପ୍ରତିଶତ, ୨ଜଣ ଛାତ୍ରଛାତ୍ରୀ ୬୦ ଏବଂ ତଦୁଦ୍ଧ୍ୱର୍ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଏହି ସଫଳତାକୁ ନେଇ ଅଧ୍ୟକ୍ଷ, ନିଦେ୍ର୍ଦଶକ, ପରିଚାଳନା କମିଟି ଏବଂ ସମସ୍ତ କର୍ମଚାରୀ ଆନନ୍ଦ ପକଟ କରିଛନ୍ତି ।