ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ
ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୋସିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶାଶ୍ୱତ ଚନ୍ଦ୍ର ପୂଜାରୀ ନିଲମ୍ବିତ ହୋଇଛନ୍ତି । ୧୫ ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି । ସୂଚନା ଅନୁଯାୟୀ, ପ୍ରଫେସର ଜଣକ ଷ୍ଟଡି ଟୁରରେ ଯିବା ସମୟରେ ମଦ୍ୟପାନ କରିଥିଲେ । ଯାହାକୁ ନେଇ ଅନେକ ଛାତ୍ରୀ ଅଭିଯୋଗ କରିଥିଲେ । ଘଟଣାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ରିପୋର୍ଟ ଆଧାରରେ ନିଲମ୍ବନ କରାଯାଇଛି ।