କଙ୍କଡ଼ପାଳରେ ବ୍ୟାପୁଛି କିଡ଼ନୀ ରୋଗ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ଶବର ସାହିରେ ବ୍ୟାପୁଛି କିଡ଼ନୀ ରୋଗ । ସହର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଏହି ଗାଁର ପ୍ରାୟ ଅଧିକାଂଶ ପରିବାରରେ ଜଣେ ଲେଖାଏଁ କୀଡୀନି ରୋଗରେ ଆକ୍ରାନ୍ତ । ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୦ ଲୋକ ମୃତ୍ୟ ବରଣ କରିଥିବା ବେଳେ ଏବେ ୬ ଜଣ ମୃତୁ୍ୟ ସହିତ ସଂଘର୍ଷ କରୁଛନ୍ତି । ଆଉ କିଛି ଲୋକ ଔଷଧ ସେବନ କରୁଛନ୍ତି । ୬୦ ବର୍ଷୀୟ ଦେବ ଦେହୁରୀ, ୩୪ବର୍ଷୀୟ ଗୋକୁଳାନନ୍ଦ ଦେହୁରୀ, ୬୦ ବର୍ଷୀୟ କାଙ୍ଗାଳି ଦେହୁରୀ, ସୁରେଶ ଚନ୍ଦ୍ର ବେହେରା, ୫୦ ବର୍ଷ, ପାର୍ବତୀ ବେହେରା, ୫୫ ବର୍ଷ, ଶୈଳ ନାହାକ, ୩୬ ବର୍ଷ ଏମାନେ ଶଯ୍ୟାଶାୟୀ ଓ ମୃତୁ୍ୟ ସହିତ ସଂଘର୍ଷ କରୁଛନ୍ତି କ୍ଷ ଦେବ କୁହନ୍ତି ପଇସା ପତ୍ର ନାହିଁ ବୋଲି କେଉଁ ହସ୍ପିଟାଲକୁ ଯାଇପାରୁନି । ସେହିପରି ଗୋକୁଳାନନ୍ଦ ଚିକôାର କରି ଡାକୁଛନ୍ତି ମୋତେ ମେଡିକାଲ ନିଅ, ମୋତେ ଟିକେ ମେଡିକାଲ ନିଅ । ଅର୍ଥ ଅଭାବରୁ ସେମାନେ କୌଣସି ଚିକିସôା କରିପାରୁନାହାନ୍ତି । ଏ ଖବର ପାଇଁ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ସହିତ ଏକ ନେତୃ ମଣ୍ଡଳୀ ଉକ୍ତ ଶବର ସାହି ପରିଦର୍ଶନ କରିଥିଲେ । ସଭାପତି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ପକ୍ଷରୁ ସବୁ ପଂଚାୟତରେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି, ଆଶା, ଅଙ୍ଗନବାଡି ଦିଦି ସମସ୍ତେ ଅଛନ୍ତି । ମାତ୍ର ଗୋଟେ ଗାଁ ର ଗୋଟିଏ ଆଦିବାସୀ ସାହିରେ ଏତେ ଲୋକ ଚାଲିଗଲେ ଏବଂ ଏତେ ଲୋକ ମୃତୁ୍ୟ ସହିତ ସଂଘର୍ଷ କରୁଛନ୍ତି, ସରକାର ଓ ଜିଲ୍ଲା ପ୍ରଶାସନ ତାର କୌଣସି ସୂଚନା ପାଉ ନାହାନ୍ତି । କେବଳ ନିର୍ବାଚନ ସମୟରେ ତ୍ରି-ସ୍ତରୀୟ ଭୋଟ ହୁଏ ଏବଂ ସାଧାରଣ ନିର୍ବାଚନ ହୁଏ କ୍ଷ ଏମାନେ ଶଯ୍ୟାଶାୟୀ ବୋଲି କାହାର ରିପୋର୍ଟ ନଥିବ । ଏତେ ଲୋକ କେବଳ କୀଡୀନି ରୋଗରେ ମୃତୁ୍ୟ ବରଣ କରୁଛନ୍ତି ତାହା ସ୍ଥାନୀୟ ସରପଞ୍ଚ, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଏବଂ ମାତ୍ର ୨ କିମି ଦୂରରେ ସ୍ଥାନୀୟ ମନ୍ତ୍ରୀ ମହାଶୟଙ୍କର ବାସସ୍ଥାନ, କେହି ଖବର ନେଉନାହାଁନ୍ତି । ବାସ୍ତବରେ ସେ ସେବା ସାଧାରଣ ଲୋକ ପାଉଛନ୍ତି ନା ନାହିଁ ତାହା କାହାର ଦାୟୀତ୍ୱ ନାହିଁ କି ପଶ୍ଚାତାପ ନାହିଁ ବୋଲି କହିଛନ୍ତି । କିଡ଼ନୀ ରୋଗର କାରଣ ଜାଣିବାପାଇଁ ସେହି ଗ୍ରାମର କିଛି ମୁଖ୍ୟ ଲୋକଙ୍କୁ ଭେଟିଥିଲେ । ସେମାନେ କୁହନ୍ତି ଆମେ ମାନେ ଭଲ ପାଣି ମୁନେ୍ଦ ପିଇବାକୁ ପାଉନାହୁଁ କି ସୁଷମ ଖାଦ୍ୟ ଖାଇବାକୁ ପାଉନାହୁଁ । ସରକାର କେବଳ ଚାଉଳ ଗଣ୍ଡେ ଗରିବ ଲୋକଙ୍କୁ ଦେଉଛନ୍ତି । କିନ୍ତୁ ଦର ଦାମ ଯୋଗୁଁ ତେଲ ଲୁଣ ଡାଲି, ଆଳୁ ପିଆଜ ଓ ଅନ୍ୟ ଅତ୍ୟାବଶ୍ୟକ ଖାଇବା ଜିନିଷ କିଣି ପାରୁନାହୁଁ । ତେଣୁ ରୋଗ ମାଡି ବସୁଛି । ତୁରନ୍ତ ମନ୍ତ୍ରୀ ମହାଶୟ, ଜିଲ୍ଲା ପ୍ରଶାସନ ଓ ମେଡିକାଲ ଟିମ ଏହି ଗ୍ରାମରେ ପରିଦର୍ଶନ କରି ପୀଡିତ ମାନଙ୍କୁ ଔଷଧ ଏବଂ ଅନ୍ୟ ଆବଶ୍ୟକ ସେବା ଯୋଗାଇ ଦେବାପାଇଁ ଜିଲ୍ଲା ସଭାପତି ଶ୍ରୀ ନାୟକ ଦାବି କରିଛନ୍ତି । ପ୍ରସନ୍ନ ବରାଳ, ପିତାମ୍ବର ସାମନ୍ତରାୟ, ସୁରେଶ ବେହେରା, ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ ।