ଆତ୍ମସମର୍ପଣ କଲେ ୭ ହାର୍ଡ଼କୋର ମାଓବାଦୀ
ଭୁବନେଶ୍ୱର : ମାଓ କମାଣ୍ଡର ବିକେଶ ସହ ୭ ହାର୍ଡ଼କୋର ମାଓବାଦୀ ଆଜି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ରମଣା ଇରପା ଓରଫ ବିକେଶ କେକେବିଏନ ଏରିଆର ୮ମ କମ୍ପାନୀ କମାଣ୍ଡର ଥିଲା । ଓଡ଼ିଶା ରାଜ୍ୟ କମିଟିର ବି ସେ ସଭ୍ୟ ଥିଲା । ଗତ ତିନିବର୍ଷ ଧରି ସେ ସକ୍ରିୟ ଥିବାବେଳେ ତା’ ମୁଣ୍ଡ ଉପରେ ଛତିଶଗଡ ୨୫ ଲକ୍ଷ ଓ ଓଡ଼ିଶା ୧୦ ଲକ୍ଷ ଟଙ୍କାର ଇନାମୀ ଘୋଷଣା କରିଥିଲେ ।
ଓଡ଼ିଶା ପୁଲିସ୍ ଘନଘନ ସର୍ଚ୍ଚ ଅପରେସନ୍ କରିବାରୁ ବିକେଶ କନ୍ଧମାଳରୁ ଖସିଯାଇ ଛତିଶଗଡ଼ର ବିଜାପୁରରେ ଆତ୍ମସମର୍ପଣ କରିଥିଲା । ଏହି ୭ ମାଓବାଦୀଙ୍କ ମୁଣ୍ଡ ଉପରେ ଓଡ଼ିଶା ଏବଂ ଛତିଶଗଡ଼ ପକ୍ଷରୁ ମୋଟ୍ ୮୯ ଲକ୍ଷ ଟଙ୍କାର ଇନାମୀ ଘୋଷଣା କରାଯାଇଥିଲା । ବିକେଶଙ୍କ ବ୍ୟତୀତ ଅନ୍ୟ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି, ବିକେଶର ପନôୀ ରାମେ କାମଲୁ ଓରଫ୍ ପ୍ରମିଳା, ହୁଙ୍ଗା ମାଡ଼କାମ ଓରଫ ମାଇନୁ, ପାରୋ ସିକକା ଓରଫ ଶାନ୍ତି, ଲାକ୍ସେ ପୋଡ଼ିଆମି ଓରଫ ଆଶା, ଡୁକାରୁ ଲେକମ ଓରଫ ଡୋରା, ଯୋଗୀ ପାଡ଼ିଆମ୍ ଓରଫ ରାଇମାଟି । କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଅଞ୍ଚଳରେ ଗତ ୫ ବର୍ଷ ଧରି ସେମାନେ ସକ୍ରିୟ ରହିବା ସହ ଅନେକ ହିଂସାକାଣ୍ଡ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି । ଓଡ଼ିଶାର ସମସ୍ତ ମାଓକ୍ୟାଡ଼ରଙ୍କ ମନୋବଳ ଭାଙ୍ଗିଯାଇଥିବାବେଳେ ସେମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି । ଅନ୍ୟ ମାଓବାଦୀମାନେ ବି ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଜଗଦୀଶ ଉଡ଼ପା ନିବେଦନ କରିଛନ୍ତି ।