ପୁଣି ବଢ଼ିଲା ସୁନା ଦର
ସୁନା ଦର ପୁଣି ଚିନ୍ତା ବଢ଼ାଇଲା । କମିଥିଲା ପୁଣି ବଢ଼ିଲା। ଯାହ ଅନୁମାନ କରାଯାଉଛି ସବୁ ରେକର୍ଡ ଭାଙ୍ଗିବ ସୁନା ଦର। କିଛି ଦିନ ତଳେ ଲକ୍ଷେ ଛୁଇଁଥିଲା ସୁନା। ହେଲେ ପୁଣିଥରେ କମି ଥିଲା। ଏହିପରି ଭାବରେ ଯଦି ଦେଖିବା ସୁନା ଦର କମୁଛି ବଢୁଛି। ହେଲେ ଆଜି ପୁଣିଥରେ ବଢ଼ିଛି ସୁନା ଦାମ। ତେଣୁ ଅନୁମାନ କରାଯାଉଛି ସବୁ ରେକର୍ଡ ଭାଙ୍ଗିବ ସୁନା ଦର। ଲକ୍ଷେ ପାର କରିଯିବ। ହେଲେ ଆପଣ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତାହାଲେ ଆଜିର ଦାମ ଜାଣିରଖନ୍ତୁ। ତେବେ ଆଜି ମେ ୮ ତାରିଖ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ରହିଛି ୯୯,୬୦୦ ଟଙ୍କା। ଯାହାକୁ ଗତକାଲି ଥିଲା ୯୯ ହଜାର ଟଙ୍କାର। ଆଉ ଆଜି ୬୦୦ ଟଙ୍କା ବୃଦ୍ଧି ପାଇ ୯୯ ହଜାର ୬୦୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୧,୩୦୦ ରହିଛି। ଯାହିକ ଗତକାଲି ୭୪,୨୫୦ ଟଙ୍କା ଥିଲା। ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି। ଗତକାଲି ମଧ୍ୟ ଏତିକି ଥିଲା।