ଆଳୁ ଓ ପୋଟଳର ସୁନ୍ଦର ରେସିପି

ଆଳୁ ଓ ପୋଟଳର  ସୁନ୍ଦର ରେସିପି

ଆବଶ୍ୟକ ସାମଗ୍ରୀ: ପୋଟଳ, ତେଲ, ଡାଲଚିନି, ଗୁଜରାତି, ଚିନି, ପିଆଜ, ଅଦା, ରସୁଣ, ଟମାଟୋ, ଲୁଣ,ହ,ଦହି , ଗରମ ମସଲା, ଧନିଆ ପତ୍ର,ଳଦି, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ  ଆଳୁ ଓ ପୋଟଳକୁ କାଟି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୋଟଳ ଓ ଆଳକୁ    ଫ୍ରାଏ କରି ଦିଅନ୍ତୁ। ଏହାପରେ ପ୍ୟାନ୍‌ରେ ମସଲା କଷିବା ପାଇଁ ତେଲ ଦିଅନ୍ତୁ। ସେଥିରେ କିଛି ଚିନି ସହ ଡାଲଚିନି ଓ ଗୁଜରାତି ପକାନ୍ତୁ। ପରେ ସେଥିରେ କଟା ପିଆଜ ପକାନ୍ତୁ। ପିଆଜର ରଙ୍ଗ ଲାଲ ହେବା ପରେ ସେଥିରେ ଅଦା, ରସୁଣ ପେଷ୍ଟ ପକାନ୍ତୁ। ମସଲାରେ ଲୁଣ,ହଳଦି, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ କଷି ଦିଅନ୍ତୁ। ଏହାପରେ ସେଥିରେ ଟିକି ଟିକି କଟା ଟମାଟୋ ପକାଇ କଷନ୍ତୁ।

ମସଲା ଭଲ ଭାବରେ ସହ  ହେବା ପରେ ସେଥିରେ ଅଳ୍ପ ପାଣି ପକାଇ ଦିଅନ୍ତୁ। ଏହା ଭଲ ଭାବେ ଫୁଟିବା ପରେ ସେଥିରେ ଫ୍ରାଏ ହୋଇଥିବା ପୋଟଳ ଓ ଆଳକୁ ପକାଇ ଦିଅନ୍ତୁ। ଭଲ ଭାବେ ଗୋଳାଇବା ପରେ ଢାଙ୍କୁଣି ଦେଇ ଗ୍ୟାସ୍‌କୁ ସିମ୍‌ କରି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଭଲଭାବେ କଷି ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ତାହା ଉପରେ ଧନିଆ ପତ୍ର ଦେଇ ପରଷି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ପୋଟଳ ମସଲା। ଏହାକୁ ଆପଣ ଭାତ, ରୁଟି କିମ୍ବା ପରଟା ସହ ଖାଇ ପାରିବେ।