ଭାରତୀୟ ପରମ୍ପରାରେ ପାଉଁଜିର ସ୍ଥାନ

ପାଉଁଜି: ଭାରତୀୟ ପରମ୍ପରାରେ ପାଉଁଜିର ସ୍ଥାନ ଖୁବ୍ ଗୁରୁତ୍ୱପୂର୍ଣ୍ଣ କନ୍ୟାଟିଏ ଜନ୍ମନେବା ପରେ ପ୍ରଥା ଅନୁସାରେ ଏକୋଇଶା ଦିନଠାରୁ ଚେନ୍, କଡ଼ା, ଅଣ୍ଟାବିଛା ଓ ପାଉଁଜି ପିନ୍ଧାଯାଏ । ମହିଳା କିମ୍ବା କନ୍ୟାକୁ ପାଉଁଜି ପିନ୍ଧାଇବାର ଅର୍ଥ ହେଲା ସଂସାରର ସବୁ ଖରାପ ନଜରରୁ ରକ୍ଷା କରିବା । ବିଶ୍ୱାସ କରାଯାଏ, ଏହି ପାଉଁଜି ପାଦ ତଳୁ ଆସୁଥିବା ଖରାପ ତରଙ୍ଗକୁ ବିରୋଧ କରିଥାଏ । ଆଧ୍ୟାତ୍ମିକ ମାନ୍ୟତା ଅନୁସାରେ ପାଉଁଜି ପିନ୍ଧିବା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିଥାଏ ଯାହାଦ୍ୱାରା ଦେହ ସୁସ୍ଥ ରହେ ବୋଲି ବିଶ୍ୱାସ ରହିଛି । ନକାରାତ୍ମକ ଶକ୍ତି ପାଉଁଜିର ଘୁଙ୍ଗୁରର ଶବ୍ଦ ଦ୍ୱାରା ବାହାରିଯାଏ । ଏହାଛଡ଼ା ଗର୍ଭଧାରଣ ସମୟରେ ମହିଳାଙ୍କ ପାଦ ଫୁଲୁଥିଲେ ପାଉଁଜି ପିନ୍ଧିବା ଦ୍ୱାରା ଏହା ଦୂର ହୁଏ ।