ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା


 ଭଣ୍ଡାରିପୋଖରୀ :   ଭଣ୍ଡାରିପୋଖରୀ ବ୍ଲକ ମିଶନଶକ୍ତି ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପାଟୁଳି ପଞ୍ଚାୟତ ମା’ଲକ୍ଷ୍ମୀ, ରହଣିଆର ମା’ବୁଢ଼ୀ ଜାଗୁଳାଇ, ମହାଲକ୍ଷ୍ମୀ ଓ ବାବା ବିଶ୍ୱେଶ୍ୱର ଏବଂ ଝୁଟୁଣାର ଜଗାବଳିଆ ଆଦି ୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟତଃ ପୋଡପିଠା, ଏଣ୍ଡୁରି ଆଦି ପାରମ୍ପରିକ ପିଠାପଣା ଓ ମିଷ୍ଟାନ୍ନ ପ୍ରସ୍ତୁତ କରାଯାଇଥିଲା । ପ୍ରତିଯୋଗିତା ଶେଷରେ ମିଶନଶକ୍ତି ଅଧିକାରୀ ଶ୍ରୀକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବିଡିଓ ଦେବଦତ୍ତ ଦାସ ମୁଖ୍ୟଅତିଥି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଜୟ ନନ୍ଦ, ମହିଳା ଓ ଶିଶୁବିକାଶ ଅଧିକାରିଣୀ ରିତାରାଣୀ ମାଝୀ, ମାର୍କେଟିଂ ଅଫିସର ହିମାଂଶୁ ଦାସ, ପିଇଓ ପ୍ରଦୀପ ଜେନା, ବିଏଲ.ଏଫର ଅନ୍ନପୂର୍ଣ୍ଣା ପଣ୍ଡା, ବନିତା ଦଳେଇ, କାଞ୍ଚନ ମଲ୍ଲିକ, ସୀମାରାଣୀ ପଣ୍ଡା, ମନରେଗା କର୍ମଚାରୀ ଅଶୋକ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରହଣିଆ ବାବା ବିଶ୍ୱେଶ୍ୱର ଗୋଷ୍ଠୀକୁ ପ୍ରଥମ ପୁରସ୍କାର ଓ ଝୁଟୁଣା ଜଗାବଳିଆ ଗୋଷ୍ଠୀକୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ ।

ତିହିଡି :   ସୁଭଦ୍ରା ଶକ୍ତି ମାଧ୍ୟମରେ ତିହିଡ଼ି ବ୍ଲକରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ମଧ୍ୟମରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ୨୩ଟି ଅଂଶ ଗ୍ରହଣ କରିଥିବା ବେଳେ, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ୨ ଘଣ୍ଟା ସମୟ ଦିଆଯାଇଛି । କାର୍ଯ୍ୟକ୍ରମକୁ ତିହିଡି ବିଡିଓ ନିରଞ୍ଜନ ବାରିକ ଉଦ୍ଘାଟନ କରିଥିଲେ । ପ୍ରତିଯୋଗିତାରେ ଫତେପୁରର ରଘୁନାଥ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ ହୋଇଥିବା ବେଳେ, ସିନେ୍ଦାଳର ମା ଜଞ୍ଜାଳି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ହୋଇଥିଲା । ବିରଞ୍ଚô ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟର ଅଧ୍ୟାପିକା ହିରକଲତା ଦାଶ, ସିଡିପିଓ ସବିତା ବେହେରା ଓ ଅତିରିକ୍ତ ବିଡିଓ ମାନସ ଜେନା ବିଚାରକ ଭାବେ ଯୋଗଦେଇଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ ଓ ବିପିଏମ ରଶ୍ମିତା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।