କଏଦୀମାନେ ପାଇବେ ସ୍ବାଦିଷ୍ଟ ଖାଦ୍ୟ

କୋଲକାତା : ଦୁର୍ଗା ପୂଜା ଆରମ୍ଭ ହେବାକୁ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଏହି ପର୍ବକୁ ନେଇ ଏକ ଭିନ୍ନ ଉତ୍ସାହ ରହିଛି । ଏହି ସମୟରେ ବଙ୍ଗଳାରେ ଦେବୀ ଦୁର୍ଗାଙ୍କ ଖୁବ ସୁନ୍ଦର ପେଣ୍ଡାଲଗୁଡିକ ସଜାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ଏହି ପର୍ବ ସମୟରେ ପଶ୍ଚିମବଙ୍ଗର ଜେଲରେ ଥିବା କଏଦୀମାନେ ମଧ୍ୟ ସ୍ବାଦିଷ୍ଟ ଖାଦ୍ୟ ପାଇବେ ବୋଲି ଜଣାପଡିଛି।