ପୁଣି ବ୍ୟାପିଲା ଛାଡାବାନ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସ୍ଥିତ ପିଙ୍ଗୁଆ ଗ୍ରାମ ପଞ୍ଚାୟତର ପିଙ୍ଗୁଆ ଗ୍ରାମର ଏକ ନମ୍ବର ୱାର୍ଡରେ ଝାଡା ବାନ୍ତି ବ୍ୟାପିବାର ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ଉକ୍ତ ରୋଗରେ ସମୁଦାୟ ପୁରୁଷ ମହିଳା ଓ ଛୋଟ ପିଲା ମିଶି ୨୩ଜଣ ଆକ୍ରାନ୍ତ ହୋଇଥିବାର ଜାଣିବାକୁ ମିଳିଛି । ପ୍ରଥମେ ଉକ୍ତ ଆକ୍ରାନ୍ତକୁ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା ନିମନ୍ତେ ଭର୍ତି କରାଯାଇଥିଲା । ସେଥି ମଧ୍ୟରୁ କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ଆକ୍ରାନ୍ତ କଟକ ବଡ ମେଡିକାଲରେ ଚିକିସôାଧୀନ ଥିବା ଜଣେ ଗ୍ରାମବାସୀ କହୁଥିବା ବେଳେ ଅନ୍ୟ ୫ ଜଣ ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିସôା କେନ୍ଦ୍ରରେ ଓ ୩ ଜଣ ଶ୍ରୀରାମପୁର ଡାକ୍ତରଖାନାରେ ଚିକିସôାଧୀନ ଥିବାର ଜଣାଯାଇଛି । ବିଶେଷ କରି ଉକ୍ତ ୱାର୍ଡରେ ମୁଖ୍ୟତଃ ଦୂଷିତ ପାଣି ବ୍ୟବହାର ଫଳରେ ଏହି ରୋଗ ବ୍ୟାପି ଥିବାର ଜାଣିବାକୁ ମିଳିଛି । ତୁରନ୍ତ ଉକ୍ତ ୱାର୍ଡ ବାସିନ୍ଦାଙ୍କ ବ୍ୟବହାର ପାଈଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବ୍ଲକ ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଉକ୍ତ ୱାର୍ଡକୁ ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ଯାଇଅଛି । ଖବର ପାଇ ଆଜି ଅପରାହ୍ନରେ ଏକ ଡାକ୍ତରି ଟିମ ଡିପିଏଚ ଓ ଡାକ୍ତର ସପନ ମହାନ୍ତିଙ୍କ ନେତୃତ୍ୱରେ ଉକ୍ତ ଗ୍ରାମକୁ ଯାଇ ଏହା ଯେପରି ଆଉନ ବ୍ୟାପୀବ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ଢେଙ୍କାନାଳ ମୁଖ୍ୟ ଚିକିସôାଳୟରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୨ ଜଣ ଚିକିସôିତ ହେଉଥିବା ଜଣାଯାଇଛି ।