ମୋଦୀଙ୍କ ଖାଇବାର ଦାମ୍ କେତେ, ଜାଣନ୍ତୁ

ମୋଦୀଙ୍କ ଖାଇବାର ଦାମ୍ କେତେ, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଆଗ୍ରହୀ ଥାନ୍ତି। ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ପରିଚାଳନା କରନ୍ତି? ଲୋକମାନେ ଏସବୁ ବିଷୟରେ ଜାଣିବାକୁ ବହୁତ ଚାହାଁନ୍ତି। ତେବେ ଆସନ୍ତୁ ଆପଣଙ୍କୁ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ଜିନିଷଗୁଡ଼ିକ ବିଷୟରେ କହିବୁ ଯାହା ଆକର୍ଷଣୀୟ…

ଏକ ସୂଚନା ଅଧିକାର ଆଇନରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାଦ୍ୟ ଖର୍ଚ୍ଚ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। କେନ୍ଦ୍ରୀୟ ସୂଚନା ଅଧିକାରୀ ଏ ସମ୍ପର୍କରେ ବିସ୍ତୃତ ଭାବରେ ଉତ୍ତର ଦେଇଥିଲେ। ଆରଟିଆଇର ଉତ୍ତରରେ ଅଧିକାରୀ ଜଣକ କହିଥିଲେ, ଯେ ପ୍ରଧାନମନ୍ତ୍ରୀ ମୋଦି ନିଜ ଖାଦ୍ୟ ଖର୍ଚ୍ଚ ବହନ କରନ୍ତି। ଏହାର ଅର୍ଥ ହେଉଛି ସରକାର ସେମାନଙ୍କ ଖାଦ୍ୟ ପାଇଁ କୌଣସି ଟଙ୍କା ଖର୍ଚ୍ଚ କରନ୍ତି ନାହିଁ। ୨୦୧୫ରେ ଏକ RTI ର ଉତ୍ତରରେ ସୂଚନା ଅଧିକାରୀ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟୀ ଖାଦ୍ୟ ପସନ୍ଦ କରନ୍ତି। ସେ ତାଙ୍କ ରୋଷେଇଆ ବଦ୍ରି ମୀନାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଆନ୍ତି। ପ୍ରଧାନମନ୍ତ୍ରୀ ବାଜରା ରୁଟି ଏବଂ ଖିଚଡି ଖାଇବାକୁ ପସନ୍ଦ କରନ୍ତି।

ଡାଏଟ ଯୋଜନାରେ, ପ୍ରଧାନମନ୍ତ୍ରୀ ମୋଦି ଦିନକୁ ଦୁଇଥର ଖାଦ୍ୟ ଖାଆନ୍ତି। ସକାଳ ୧୦ଟାରୁ ୫୫ ମିନିଟ ପର୍ଯ୍ୟନ୍ତ ଥରେ ଏବଂ ସା ୭ଟାରୁ ୫୫ ମିନିଟ ପର୍ଯ୍ୟନ୍ତ ଥରେ ଖାଆନ୍ତି। ଖାଦ୍ୟରେ ଅଧିକ ପ୍ରୋଟିନ ଏବଂ କମ କାର୍ବୋହାଇଡ୍ରେଟ ରଖିବାକୁ ପରାମର୍ଶ ଦିଆଯାଇଛି।ଆପଣ ଭାବୁଥିବେ ତାଙ୍କର ଦୈନନ୍ଦିନ ଖାଦ୍ୟର ଦାମ୍‌ ବହୁତ ଅଧିକ ହୋଇଥିବ। ମାତ୍ର ସେମିତି ନୁହଁ । କାରଣ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ ବି ଖାଦ୍ୟରେ କମ୍‌ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ଜଣେ ,ସାଧାରଣ ଲୋକ ମଧ୍ୟ କରିପାରିବ । ସୂତ୍ରାନୁଯାୟୀ, ମୋଦି ନିଜର ଦୈନନ୍ଦିନ ଖାଦ୍ୟରେ ୫୦ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ଜଣେ ସାଧାରଣ ଲୋକର ଖାଦ୍ୟର ଦାମ ଭଳି ।