ଗଜପତି ଭୂସ୍ଖଳନ ପ୍ରବଣ ବୋଲି ମିଳିଛି ସୂଚନା
ଭୁବନେଶ୍ୱର: ରାଜ୍ୟର ୧୪ଟି ଜିଲ୍ଲାରେ ଭୂକମ୍ପ ଭୟ ରହିଥିବାବେଳେ ଗଜପତି ଭୂସ୍ଖଳନ ପ୍ରବଣ ବୋଲି ସୂଚନା ମିଳିଛି । ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଭୂସ୍ଖଳନ ହ୍ରାସ ପାଇଁ ବିଭିନ୍ନ ବିଭାଗ ସହ ସର୍ଭେ ଓ ବୈଠକ ହୋଇଛି । କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି ।