ଏଫ୍‌ଏମ୍‌ କଲେଜ ଆତ୍ମହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଅଧ୍ୟାପକ ଅଟକ

ଫକୀର ମୋହନ ମହାବିଦ୍ୟାଳୟରେ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପୁଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ ଅଟକ ରଖିଛି । ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି । ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରି ଏଭଳି ପଦକ୍ଷେପ ନେଇଥିଲେ । ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମହାବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସମୟରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଓ ପରେ ଭୁବ​‌ନେଶ୍ଵର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । 

                             

ତେବେ ଅଧ୍ୟାପକଙ୍କ ନାମରେ ଅଭିଯୋଗ ଥିବାରୁ ସହଦେବଖୁଣ୍ଟା ପୁଲିସ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ ଅକଟ ରଖିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହୋଇଛି। ତେବେ ଏହି ଘଟଣାରେ ପ୍ରିନ୍‌ପାଲ ଏବଂ ଏଚ୍‌ଓଡିଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି  ।