ବିଏମ୍ସି କମିଶନରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ନୂତନ କମିସନର ଭାବେ ଚଞ୍ଚଳ ରାଣା ଦାୟୀତ୍ୱ ଗ୍ରହଣ କରିବାପରେ ଭିଏସ୍ଏସ୍ ନଗର ଉନ୍ନୟନ ପରିଷଦ ପକ୍ଷରୁ ଶ୍ରୀ ରାଣାଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶ ଶର୍ମା, କୋଷାଧକ୍ଷ ମହେଶ୍ୱର ବିଶ୍ୱାଳ, ଯୁଗ୍ମ-ସମ୍ପାଦକ ନିମାଇଁ ଚରଣ ଦାସ ଓ ଚିନ୍ତାମଣୀ ବାରିକ ପ୍ରମୁଖ ନୂତନ କମିସନରଙ୍କୁ ସାକ୍ଷାତ କରି ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ । ଏହା ପ୍ରଥମ ସାକ୍ଷାତ ଥିଲା, ୱାର୍ଡ ନମ୍ବର ୧୧ରେ ବିଭିନ୍ନ ସମସ୍ୟା ରହିଛି କିନ୍ତୁ ପରବର୍ତ୍ତି ପର୍ଯ୍ୟାୟରେ ଏହାର ସମାଧାନ ଦିଗରେ ଆଲୋଚନା କରାଯିବ । ସାକ୍ଷାତ ପରେ ଭିଏସ୍ଏସ୍ ନଗର ଉନ୍ନୟନ ପରିଷଦ ପକ୍ଷରୁ କୁହାଯାଇଛି କମିଶନରଙ୍କୁ ଭେଟିଲା ପରେ ବହୁତ ଭଲ ରେସପନସ ମିଳିଛି ଆଗାମୀ ଦିନରେ ୱାର୍ଡର ସମସ୍ୟା ନେଇ ଅବଗତ କରି ପୂରଣ କରିବାକୁ ଆଶା ରଖିଛନ୍ତି ।