‘ଖେଳରେ ସଂସ୍କୃତି ଅଛି’


ଭୁବନେଶ୍ୱର:  ଖେଳରେ ସଂସ୍କୃତି ଅଛି  । ସଂସ୍କୃତିରେ ଅସ୍ମିତା ଅଛି  । ୱେଭସ ସମ୍ମିଳନୀରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ସେ କହିଛନ୍ତିଯେ, ପାରମ୍ପରିକ ଖେଳକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିବା ଦରକାର । ଖୋ ଖୋ ଓ କବାଡ଼ି ଭଳି ଅନେକ ଖେଳ ରହିଛି  । ଯାହାକି ଖାଲି ଖେଳ ନୁହେଁ, ଯେଉଁଥିରେ ଟିମ୍ ୱାର୍କ ରହିଛି  । ଏହା ଆମ ମାଟିର ପରିଚୟ  । ଓଡ଼ିଶା ସରାକର ଖୋ ଖୋ ଲିଗର ପ୍ରୟୋଜକ ଥିଲେ  । ରାଜ୍ୟ ସରକାର ଅନେକ ପାରମ୍ପରିକ ଖେଳକୁ ପ୍ରୋତ୍ସାହିତ କରୁଛନ୍ତି  । ଅନ୍ତର୍ଜାତୀୟ ସ୍ତରକୁ ଏହା କିଭଳି ଯାଇପାରିବ ସେନେଇ ବି ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ରାଜ୍ୟ ସରକାର ଯୁବକଙ୍କୁ ସଶକ୍ତିକରଣ କରିବା ସହ ସାମାଜିକ ବିକାଶ ଓ ସାଂସ୍କୃତିକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରୁଛନ୍ତି  ।