ଶୋଇବା ପୂର୍ବରୁ ପିଅନ୍ତୁ ଗୋଟିଏ ଚାମଚ ଘିଅ ସହିତ ଉଷୁମ ପାଣି

ଲୋକମାନେ ପ୍ରାୟତଃ ମୋଟାପଣକୁ ଘିଅ ସହିତ ଯୋଡ଼ି ଥାଆନ୍ତି । କିନ୍ତୁ ଯଦି ଘିଅକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରାଯାଏ, ତେବେ ଘିଅ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ। ଏନେକ ରୋଗ ପାଇଁ ରାମବାଣ ମଧ୍ୟ ଘିଅ । ତେବେ ଆସନ୍ତୁ ପ୍ରତିଦିନ କେବଳ ଗୋଟିଏ ଚାମଚ ଘିଅ ସେବନ କରିବାର କିଛି ଜବରଦସ୍ତ ଲାଭ ବିଷୟରେ ଜାଣିବା ।
ସୁନିଦ୍ରା ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ : ଘିଅରେ ଓମେଗା-3 ଫ୍ୟାଟି ଏସିଡ୍ ଥାଏ, ଯାହା ମସ୍ତିଷ୍କକୁ ପୋଷଣ ଯୋଗାଏ । ଏଥିରେ ମାନସିକ ଦୁଶ୍ଚିନ୍ତା କମ ହୁଏ ଏବଂ ଭଲ ନିଦ ଆସେ । ଯଦି ଆପଣଙ୍କର ବାରମ୍ବାର ନିଦ ଭାଙ୍ଗୁଥାଏ ଏବଂ ଲେଟରେ ନିଦ ଆସିବାର ସମସ୍ୟା ଥାଏ, ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।
ଯଦି ଆପଣ ଘିଅ ସହିତ ଆପଣଙ୍କ ଦିନ ଆରମ୍ଭ କରୁଛନ୍ତି, ତେବେ ଏହା ଆପଣଙ୍କ ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ସବୁଠୁ ବଡ଼ କଥା ହେଉଛି, ଘିଅରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ୱ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବା ଟକ୍ସିନ୍ସ୍କୁ ବିଷମୁକ୍ତ ବା ଡିଟକ୍ସିଫାଇ କରିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ : ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କି ? ଯାହା ଯୋଗୁଁ ଆପଣ ବାରମ୍ବାର ଅସୁସ୍ଥ ହେଉଛନ୍ତି ? ଯଦି ହଁ, ତେବେ ଆପଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ଘିଅ ସେବନ କରିପାରିବେ। ଘିଅ କେବଳ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଆପଣଙ୍କ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ଥକାପଣ ଏବଂ ଦୁର୍ବଳତାର ସମସ୍ୟା ଦୂର ହେବ : ଆପଣ କ’ଣ ଦିନସାରା କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଛନ୍ତି ? ଯଦି ହଁ, ତେବେ ଘିଅ ଖାଇବା ଆରମ୍ଭ କରନ୍ତୁ। ଘିଅ ଖାଇବା ଦ୍ୱାରା ଆପଣ ଦିନ ସାରା ଫ୍ରେସ ଅନୁଭବ କରିବେ । କାରଣ ଘିଅରେ ଥିବା ଉପାଦାନଗୁଡ଼ିକ ଆପଣଙ୍କ ଶରୀରର ଶକ୍ତି ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଯଦି ଆପଣ ଆପଣଙ୍କର ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରିବାକୁ ଚାହାଁନ୍ତି, ତେବେ ଆପଣ ଖାଲି ପେଟରେ ଗୋଟିଏ ଚାମଚ ଘିଅ ସେବନ କରିପାରିବେ। ଘିଅରେ ଥିବା ଉପାଦାନଗୁଡ଼ିକ ପେଟ ସମସ୍ୟାରୁ ମୁକ୍ତି କରାଇବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ।
ତ୍ତ୍ବଚା ଏବଂ କେଶରେ ଚମକ ଆଣେ : ଘିଅ ଶରୀର ଭିତରୁ ମଇଶ୍ଚରାଇଜ କରେ । ଏହା ତ୍ତ୍ବଚାକୁ ରୁଖାପଣରୁ ବଞ୍ଚାଏ ଏବଂ କେଶକୁ ପୋଷଣ ଯୋଗାଏ ।
ହାଡ଼ ଏବଂ ଗଣ୍ଠି ଦରଜରୁ ମୁକ୍ତି ଦିଏ : ଘିଅରେ ଭିଟାମିନ A, D, E ଏବଂ K ଥାଏ । ଯଦ୍ବାରା ହାଡ଼ ମଜଭୁତ ହୋଇଥାଏ । ରାତିରେ ଏହା ଖାଇବା ଦ୍ବାରା ଶରୀରରେ ବିନ୍ଧାଛିଟା ଏବଂ ଫୁଲିବା କମ କରେ । ଏହା ସହିତ ଜଏଣ୍ଟ ପେନରୁ ମଧ୍ୟ ମୁକ୍ତି ଦିଏ ।
ଏହାକୁ କିପରି ସେବନ କରିବା ?
ଗୋଟିଏ ଚାମଚ ଶୁଦ୍ଧ ଦେଶୀ ଘିଅ ନିଅନ୍ତୁ । ଗୋଟିଏ ଗ୍ଲାସ ଉଷୁମ ପାଣିରେ ଏହି ଘିଅକୁ ମିଶାଇ ସେବନ କରନ୍ତୁ । ଏହି ପ୍ରକ୍ରିୟା ଶୋଇବାର 20 ମିନିଟ ପୂର୍ବରୁ କରନ୍ତୁ । ଫରକ ଆପଣ ନିଜେ ଅନୁଭବ କରି ପାରିବେ ।