ଓଡ଼ିଶା ସେପ୍ଟେମ୍ବରରେ ପ୍ରୋ ଟି-୨୦ ଲିଗ୍‌: ପ୍ରତି ଦଳରେ ଓଡ଼ିଆ ଖେଳାଳି

 ସେପ୍ଟେମ୍ବରରେ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌। ଟି-୨୦ ଲିଗରେ ଭାଗ ନେବେ ୬ଟି ଟିମ୍‌। ଟିମ୍ ଫ୍ରାଞ୍ଚାଇଜ୍ ପାଇଁ ଓସିଏ ସହ ସମ୍ପର୍କ କରିପାରିବେ। ପ୍ରତି ଦଳରେ କେବଳ ଓଡ଼ିଆ ଖେଳାଳି ରହିବେ। ଟି-୨୦ ଲିଗର ସବୁ ମ୍ୟାଚ ଦିବାରାତ୍ର ଖେଳାଯିବ। ଆକ୍ସନରେ ସାମିଲ ହେବେ ଖେଳାଳି। ପ୍ରଥମଥର ପାଇଁ ଏଭଳି ଆୟୋଜନ କରୁଛି ଓସିଏ। ଏ ନେଇ ଓଡ଼ିଶା ପ୍ରୋ ଟି-୨୦ ଲିଗର ମିଡିଆ ସଂଯୋଜକ ସୂଚନା ଦେଇଛନ୍ତି। ଏହି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌କୁ ଲଞ୍ଚ କରିବା ସମୟରେ ଓସିଏର ସଚିବ ସଞ୍ଜୟ ବେହେରା କହିଛନ୍ତି ଯେ, ଆମ ରାଜ୍ୟରେ କ୍ରିକେଟ ଯାତ୍ରାରେ ଓଡ଼ିଶା ପ୍ରୋ ଟି୨୦ ଲିଗ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ଉଚ୍ଚସ୍ତରୀୟ ପ୍ରତିଭା ଏବଂ ବୃତ୍ତିଗତ କାର୍ଯ୍ୟକାରିତା ସହ, ଆମେ ନିଶ୍ଚିତ ଯେ, ଏହି ଲିଗ୍ ଭାରତୀୟ ଘରୋଇ କ୍ରିକେଟରେ ଏକ ପ୍ରମୁଖ ଶକ୍ତି ପାଲଟିବ। ଏକ ରାଜ୍ୟ ଭାବରେ ଓଡ଼ିଶା ବହୁବିଧ କ୍ରୀଡ଼ା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ଆସୁଛି ଏବଂ ଏବେ କ୍ରିକେଟର ସମୟ।