କାମରେ ଲାଗୁନି ଶକ୍ତି କାଫେ
ଚମ୍ପୁଆ : ୧୮ ହଜାରରୁ ଊଦ୍ଧ୍ୱର୍ ଜନ ସଂଖ୍ୟା ବିଶିଷ୍ଟ ଚମ୍ପୁଆ ଏନ୍ଏସି ତାର ୧୧ ବର୍ଷରେ ପଦାର୍ପଣ କଲାଣି । ମାତ୍ର ଲୋକଙ୍କୁ ମୌଳି ସୁବିଧା ଯୋଗାଇବ ଦେବାରେ ବିଭାଗର ଆନ୍ତରିକତା କମି କମି ଯାଉଥିବା ଦେଖିବାକୁ ମିଳିଛି । ଯାହାର ଜଳନ୍ତ ଉଦାହରଣ ପାଲିଟିଛି ବସଷ୍ଟାଣ୍ଡ ଠାରେ ଲକ୍ଷାଧିକ ଟଙ୍କା ବିନିମୟରେ ସ୍ଥାପନ କରାଯାଇଥିବା ଶକ୍ତି କାଫେ । ସରକାର ବଦଳିଗଲେଣି ନୂତନ ସରକାର ବର୍ଷ ପୂର୍ତି କରିବାକୁ ଆଉ ଅଳପ ଦିନ ବାକି ରହିଥିବା ବେଳେ, ଆଜକୁ ଦେଢ ବର୍ଷ ତଳେ ଜନସାଧାରଣଙ୍କ ସୁବିଧା ନିମନ୍ତେ ବସଷ୍ଟାଣ୍ଡ ଠାରେ ସ୍ଥାପନ କରାଯାଇଥିବା ଶକ୍ତି କାଫେ ଖୋଲାଯାଇପାରିଲା ନାହିଁ । ଦୀର୍ଘ ଦିନ ଧରି ଏହି ଶକ୍ତି କାଫେଟି ବନ୍ଦ ରହିଥିବା ବେଳେ, ସ୍ଥାନିୟ ଲୋକ ଏନ୍ଏସିର ପାରିବା ପଣିଆକୁ ନେଇ ଉପହାସ ଆରମ୍ଭ କଲେଣି । ଏହି ଶକ୍ତି କାଫେ ବସ୍ ଯାତ୍ରୀ ଠାରୁ ଆରମ୍ଭ କରି ଜନସାଧାରଣଙ୍କୁ ଚାଆ, କଫି ଓ ସ୍ନାକ୍ସ୍ ଆଦି କମ ମୂଲ୍ୟରେ ଉପଲବ୍ଧ କରିବା ଲକ୍ଷ୍ୟ ନେଇ ସ୍ଥାପନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ନଜରରେ ତାହା ପଡିପାରୁ ନାହିଁ କି ଖୋଲାଯାଇପାରିଲା ନାହିଁ । ଏନେଇ ଏନ୍ଏସି ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରାଙ୍କୁ ପଚାରିବାରୁ କାଉନସିଲ ବଡି ମିଟିଂ କରାଯାଇ ତାକୁ ଚଲାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଏହା ସହିତ କେତେ ବର୍ଷ ହେଲାଣି ତାହା ସ୍ଥାପନ କରାଯାଇଛି ସେ ବିଷୟରେ ଜାଣି ନ ଥିବା କହିବା ସହିତ କ'ଣ ପାଇଁ ତାହା ବନ୍ଦ ପଡିଛି ସେ ବିଷୟରେ ପଚାରି ବୁଝା ଯିବ ବୋଲି ସୂଚନା ଦେଇଛନ୍ତି ।