ଏମିତି ଚିହ୍ନନ୍ତୁ ନକଲି ଅଟା..
ଖାଦ୍ୟ ଓ ପାନୀୟରେ ଅନେକ ଜିନିଷ ମିଶ୍ରଣ ହେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ନକଲି ଚାଉଳ, ଅଣ୍ଡା ଓ କେମିକାଲ ମିଶ୍ରିତ ପନିପରିବା ବିଷୟରେ ନିଶ୍ଚୟ ଶୁଣି ଥିବେ । ଏସବୁ ଖାଦ୍ୟ ବିଷୟରେ ତ ଜାଣିଥିବେ ମାତ୍ର ବଜାରରେ ଏବେ ନକଲି ଅଟା ମିଳୁଛି, ଏହା ଜାଣି ନିଶ୍ଚୟ ଆଶ୍ଚର୍ୟ୍ୟ ହେବେ । ଏକ ପ୍ରକାର ପଥରକୁ ଗୁଣ୍ଡ କରି ପ୍ରସ୍ତୁତ କରାଯାଉଛି ନକଲି ଅଟା ।
କିଛି ଲୋକେ ଲାଭ ପାଇବା ପାଇଁ ନକଲି ଖାଦ୍ୟ,ପାନୀୟ ପ୍ରସ୍ତୁତ କରୁଛନ୍ତି । ଏହାକୁ ବଜାରରେ ବିକ୍ରି କରିବା ଫଳରେ ଲୋକେ ଏହାକୁ ସେବନ କରି ରୋଗଗ୍ରସ୍ତ ହେଉଛନ୍ତି ।
ନିକଟରେ ଅଲୀଗଡରୁ ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିଲେ ଦେଖାଯାଇଛି, ଏକ ଅଟା ଫ୍ୟାକ୍ଟ୍ରିରେ ଅଟାରେ ଚକଖଡି ମିଶା ଯାଉଛି । ଚକଖଡି ଏକ ପ୍ରକାର ପଥରରୁ ତିଆରି । ଯାହାକୁ ପେଷି ଅଟାରେ ମିଶା ଯାଉଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସଭିଁଙ୍କୁ ଚିନ୍ତିତ କରି ଦେଇଛି । ଏହା ଏପରି ଭାବେ ମିଶ୍ରଣ କରାଯାଉଛି ଯେ ଖାଇବା ପରେ କିଛି ମଧ୍ୟ ଜଣାପଡୁ ନାହିଁ । ତେବେ ଆପଣ ଖାଉଥିବା ଅଟା କି ନକଲି କିଭଳି ଜାଣିବେ?
ଚକଖଡି ମିଶ୍ରିତ ଅଟା ଖାଇବା ଦ୍ୱାରା ଅନ୍ତନଳୀ,ବୃକକ ଓ ଯକୃତ ଉପରେ କୁପ୍ରଭାବ ପଡିଥାଏ । ମାରାତ୍ମକ ରୋଗର କାରଣ ପାଲଟିଥାଏ । ପେଟରେ ଷ୍ଟୋନ୍ ଜନିତ ସମସ୍ୟା ମଧ୍ୟ ହୋଇଥାଏ ।ଏମିତି ଚିହ୍ନନ୍ତୁ ନକଲି ଅଟା..
ଏଫଏସଏସଏଆଇ ଅନୁସାରେ ଏକ କାଚ ଗ୍ଲାସରେ ପାଣି ନିଅନ୍ତୁ ।
ପାଣିରେ ଏକ ଚାମଚ ଅଟା ପକାନ୍ତୁ ।
ଶୁଦ୍ଧ ଅଟା ପାଣିରେ ପଡିବା ପରେ ଏଥିରେ ଅଟାର ଅତିରିକ୍ତ ସ୍ତର ପଡିବ ନାହିଁ । ମାତ୍ର ମିଶ୍ରିତ ଅଟାରେ ଅନେକ ସ୍ତର ଦେଖାଯିବ।