ଓଭରବ୍ରିଜ ତଳେ ଚାଲିଛି ବେପାର ବଣିଜ
ଜଟଣୀରୁ ଦେବପ୍ରସାଦ ଦାସ
ଦୀର୍ଘ ଦିନର ଜଟଣୀବାସିଙ୍କ ଦାବି ତଥା ସହରର ଅନ୍ୟତମ ପ୍ରମୁଖ ଦୁଃଖ ରେଳ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଉପରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଦୀର୍ଘବର୍ଷ ଧରି ଚାଲି ଶେଷରେ ହୀନ ରାଜନୀତି କାରଣରୁ ଦୁଇଦୁଇ ଥର ଉଦଘାଟିତ ହେଲା । ବିଗତ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇ ନିର୍ମାଣାଧୀନ ଓଭରବ୍ରିଜ୍ ତଳେ କୌଣସି ବି ପ୍ରକାର ବେପାର ବଣିଜ କରିବା ନିମନ୍ତେ ବାରଣ କରାଯିବା ସହିତ ନିୟମ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୂଚନା ଦିଆଯାଇଥିଲା । କାହିଁକିନା ଯଦି ନିର୍ମାଣ ସମୟରେ କୌଣସି ସାମଗ୍ରୀ ଉପରୁ ଖସିପଡ଼େ ତେବେ ଧନ ଜୀବନ ହାନି ଭଳି ଦୁର୍ଘଟଣା ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ପ୍ରଶାସନ ପକ୍ଷରୁ ଅନୁଭବ କରାଯାଇଥିଲା । ହେଲେ ଦିନକୁଦିନ ଯଥାପୂର୍ବ ତଥା ପରମ୍ ଭଳି ଛତୁଫୁଟିଲା ଭଳି ରାସ୍ତାକୁ ମଡ଼ାଇ ଓଭରବ୍ରିଜ ତଳେ ବ୍ୟବସାୟିକ ପ୍ରତିଷ୍ଠାନ ଯେପରିକି ମାନ ଖୋଲାଯିବା ଦ୍ୱାରା ଗ୍ରାହକ ମାନଙ୍କ ଦ୍ୱାରା ଏହାର ସମ୍ମୁଖରେ ମାଳ ମାଳ ଗାଡ଼ି ପାର୍କିଂ କରାଯିବା ଦ୍ୱାରା ରାସ୍ତା ଘାଟ ଜାମ୍ ହୋଇ ଜନସାଧାରଣମାନେ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ପାର୍କିଂ ସ୍ଥାନ ନ ଥାଇ ରାସ୍ତା କଡରେ ଥିବା ନଳା ନର୍ଦ୍ଦମାକୁ ମଡାଇ ଜଳଖିଆ ଦୋକାନ ମାନ ଖୋଲା ଯିବା ଫଳରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ ବାହାର ହୋଇଥିବା ବେଳେ ନୀଳଚକ୍ର ମାର୍କେଟ୍ ରେ ଔଷଧ ଦୋକାନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗାଡିମଟର ଥୁଆ ହୋଇ ଏକ ପ୍ରକାର ହାଟର ଭ୍ରମ ସୃଷ୍ଟି କରୁଛି । ସେହିପରି କିଛିମାସ ହେଲା ଓଭରବ୍ରିଜ୍ ତଳେ ବେଆଇନ୍ ଭାବେ ଏକ ଲସି ଦୋକାନ ଖୋଲିଥିବା ବେଳେ ଶୁଣିବାକୁ ମିଳୁଛି ଏଠାରୁ କୁଆଡେ ପ୍ରତ୍ୟେକ ଦିନ ପୌରପରିଷଦର ଜଣେ ନେତାଙ୍କ କାର୍ଯ୍ୟାଳୟ ଓ ଘରକୁ ସର୍ବତ ଓ କିଛି ହାତଗୁଞ୍ଜା ମଧ୍ୟ ପଠାଯାଉଛି । ତେବେ କେଉଁ ଆଧାରରେ ବିଦୁ୍ୟତ ବିଭାଗ ପକ୍ଷରୁ ବିଦୁ୍ୟତ ସଂଯୋଗ ଦିଆଯାଇଛି ତାହା ତଦନ୍ତର ବିଷୟ । ଏ ନେଇ ବିଦୁ୍ୟତ ବିଭାଗର ଜେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି ବିଦୁ୍ୟତ ସଂଯୋଗ ପାଇଁ ଆବେଦନ କରିବେ ସେ ସ୍ଥାନ ଯେଉଁଠାରେ ହୋଇଥାଉ ପଛକେ ଆମେ ସଂଯୋଗ ଦବୁ । ତେବେ ଏଠାରେ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ଏହି ବ୍ରିଜ ଅଞ୍ଚଳରେ ବେପାର ବଣିଜ କରୁଥିବା ଅଣଓଡ଼ିଆ ଓ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବେପାର କରିବାକୁ ସୁଯୋଗକୁ ପୌରପରିଷଦ କିଛିଟା ଟିକସ ପାଇଁ ପ୍ରଶ୍ରୟ ଦେଇ ହଜାର ହଜାର ଜନସାଧାରଣଙ୍କୁ ଟ୍ରାଫିକ ସମସ୍ୟା ଜନିତ ଅସୁବିଧାରେ ପକାଇ ପରୋକ୍ଷରେ ସେମାନଙ୍କୁ ପ୍ରୋସôାହିତ କରାଯାଉଥିବା ସମାଜସେବୀ ହେମନ୍ତ କୁମାର ସୁନ୍ଦରାୟ କହିଛନ୍ତି । ବେଆଇନ ପାର୍କିଂ ପାଇଁ ଏହି ସୀତାରାମ ଛକ ଅଞ୍ଚଳଟି ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଥିବା ଦେଖିବାକୁ ମିଳିଛି । ଏହି ଓଭରବ୍ରିଜ ତଳ ଅଘୋଷିତ ଗାଡ଼ି ମଟରର ପାର୍କିଂସ୍ଥଳ ପାଲଟିଥିବା ବହୁ ବରିଷ୍ଠ ନାଗରିକ ମାନେ ଅଭିଯୋଗ ଉଠାଇଛନ୍ତି । ଏହି ବେଆଇନ୍ ଗାଡ଼ି ମଟର ପାର୍କିଂ ଯୋଗୁଁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ମାନ ଘଟୁଥିବା ସମାଜିକ କର୍ମୀ ସଞ୍ଜୟ କୁମାର ବରିଶଲ ପରୋକ୍ଷରେ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ତେବେ ସାଧାରଣ ନାଗରିକଙ୍କ ଜୀବନକୁ ଜଳାଞ୍ଜଳି ଦିଆଯାଇ କିପରି ଏହି ଅଞ୍ଚଳରେ ବ୍ୟବସାୟ ପାଇଁ ଅନୁମତି ଦିଆଯାଉଛି ଏବଂ ଏହି ବ୍ୟବସ୍ଥାକୁ ସୁଧାରିବାକୁ ପୂର୍ତ୍ତବିଭାଗ, ସ୍ଥାନୀୟ ପୁଲିସ୍ ଓ ପୌର କର୍ତ୍ତୁପକ୍ଷ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଛନ୍ତି ବୋଲି ଅନେକ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଅତଏବ ଏଥିପ୍ରତି ଜିଲ୍ଲାପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବା ପାଇଁ ସାଧାରଣରେ ଦାବି ହେଉଛି ।