ପୁଣି ବଢିଲା ସୁନା ଦାମ୍‌

ନୂଆଦିଲ୍ଲୀ : ଗତ କିଛି ଦିନ ପୂର୍ବରୁ ସୁନା ଦାମ୍‌ କମ୍‌ ହୋଇଥିଲେ ମଧ୍ୟ ପୁଣି ଏହାର ଦାମ୍‌ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ଗୁରୁବାର ୨ ଜାନୁଆରୀରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୧,୮୦୦ ଟଙ୍କା ରହିଛି । ଏହା ବୁଧବାର ଅର୍ଥାତ୍‌ ୧ ଜାନୁଆରୀରେ ୭୧,୫୦୦ ଟଙ୍କା ଥିଲା । ଅର୍ଥାତ୍‌ ୩୦୦ ଟଙ୍କା ବୃଦ୍ଧି ପାଇଛି।

୨୪ କ୍ୟାରେଟ୍‌ ସୁନା ଦାମ୍‌ ଆଜି ୧୦ ଗ୍ରାମ୍‌ ପ୍ରତି ୭୮,୩୩୦ ଟଙ୍କା ଥିବା ବେଳେ ଗତକାଲି ଏହା ୭୮,୦୦୦ ଟଙ୍କା ଥିଲା । ଅର୍ଥାତ୍‌ ଏହା ୩୩୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୫୮,୭୫୦ ଟଙ୍କା ରହିଛି । ଗତକାଲି ଏହା ୫୮,୫୦୦ ରହିଛି । ଏଥିରେ ୨୫୦ ଟଙ୍କା ବୃଦ୍ଧି ପାଇଛି।ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୧,୯୫୦ ଟଙ୍କା ରହିଛି। ଗତକାଲି ଏହା ୭୧,୬୫୦ ଟଙ୍କା ଥିଲା।୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୮,୪୮୦ ଟଙ୍କା ଥିବା ବେଳେ ଗତକାଲି ଏହା ୭୮,୧୫୦ ଟଙ୍କା ଥିଲା। ସେହିପରି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୫୮,୮୭୦ ଟଙ୍କା ରହିଛି। ଗତକାଲି ଏହା ୫୮,୬୨୦ ଟଙ୍କା ଥିଲା।