ଜାଣନ୍ତୁ କିଏ ସମ୍ଭାଳିବ ତାଙ୍କ ଗୌତମ ଆଦାନୀ କମ୍ପାନୀ
ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସେ ଆଉ ୮ବର୍ଷ ପର୍ଯ୍ୟନ୍ତ ତାଙ୍କ ପଦରେ ରହିବେ ଏବଂ ଏହା ପରେ ଅବସର ଗ୍ରହଣ କରିବେ। ବର୍ତ୍ତମାନ ତାଙ୍କର ବୟସ ୬୨ ବର୍ଷ । ବ୍ଲୁମବର୍ଗ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଆଦାନୀ କହିଛନ୍ତି ଯେ ସେ ୭୦ ବର୍ଷ ବୟସରେ ଅବସର ନେବେ ଏବଂ ୨୦୩୦ ଦଶକ ପୂର୍ବରୁ ତାଙ୍କର ସମସ୍ତ ଅପରେସନ ତାଙ୍କ ପୁଅ ଏବଂ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବେ।