ଇସ୍ରୋର ଚୂଡ଼ାନ୍ତ ପ୍ରତିଯୋଗିତାରେ ଭିସୁଟ୍ ଛାତ୍ରଛାତ୍ରୀ
ସମ୍ବଲପୁର : ଇନ୍ ସ୍ପେସ୍ ପକ୍ଷରୁ ସର୍ବଭାରତୀୟ କାନ୍ସାଟ୍ ଇଣ୍ଡିଆ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ - ଭିସୁଟ୍ର ଟିମ୍ ପହଞ୍ଚôଛି । ଆସନ୍ତା ୧୬ ଓ ୧୭ ତାରିଖ ଦିନ ଅହମଦାବାଦ ଠାରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ପକ୍ଷରୁ ଏହି ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହେବ । ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ଅଂଶଗ୍ରହଣ କରିଥିବା ୨୨ଟି ଟିମ୍ ମଧ୍ୟରୁ ୨୭ଟି ଟିମ୍କୁ ଚୂଡ଼ାନ୍ତ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି । ବୀର ସୁରେନ୍ଦ୍ର ସାଏ ମହାକାଶ ଅନୁସନ୍ଧାନ କେନ୍ଦ୍ରର ଟିମ୍ ଦ୍ୱାରା ଡିଜାଇନ୍ କରାଯାଇଥିବା ଡ୍ରୋନ୍ ଚାଳିତ ଉପଗ୍ରହ ପ୍ରତିଯୋଗିତାରେ ସ୍ଥାନ ପାଇବ । ଏଥିରେ ଇସ୍ରୋର ନିଦେ୍ର୍ଦଶକ ଏସ୍. ସୋମନାଥ ଉପସ୍ଥିତ ରହିବେ । ଭିସୁଟ୍ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ କୁଳପତି ବଂଶୀଧର ମାଝୀ ଖୁସି ଜାହିର କରିଛନ୍ତି । ଏହା ଏକ ଉଲ୍ଲେଖନୀୟ ସଫଳତା ଏବଂ ଛାତ୍ରଛାତ୍ରୀଙ୍କ ଗବେଷଣା ଆଧାରିତ ଉକ୍ରର୍ଷତାର ପ୍ରମାଣ । ଯାହା ବିଶ୍ୱବିଦ୍ୟାଳୟର ସୁନାମରେ ସହାୟକ ହୋଇଛି ବୋଲି କହିଛନ୍ତିି । ପ୍ର. ହରିଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୁଷ୍ମାନ ଜେନା, ଶୁଭ୍ରାଂଶୁ ରନ ଦାଶ, ପଲ୍ଲୀବି ପରିମିତା ନାୟକ, ଦେବଙ୍କର ୍ରୁଶୁଭ୍ରମ୍, ଶୁଭଙ୍କର ନାୟକ, ସ୍ୱାଗତ ଶେଖର ପଣ୍ଡା, ଫଇଜୁଲ୍ ରହେମାନ୍, ଇନାୟତୁଲ୍ଲା ଖାନ୍ଙ୍କୁ ନେଇ ଗଠିତ ଭିସୁଟ୍ର ଉପଗ୍ରହ ଅନ୍ୱେଷଣ କେନ୍ଦ୍ର ଉକ୍ତ ପ୍ରକଳ୍ପର ପରିକଳ୍ପନା କରିଛନ୍ତିି ।