ଡାକ ବଙ୍ଗଳା ଅବହେଳିତ, ପ୍ରଶାସନର ଦୃଷ୍ଟି ପଡୁନି
ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା, ୪ା୮: ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ପ୍ରାୟ ଚାଳିଶ ବର୍ଷର ପୁରୁଣା ଡାକ ବଙ୍ଗଳା ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କ ନିମନ୍ତେ ଏହା ଆଦରଣୀୟ ପାଲଟିଥିବା ବେଳେ ଏହା ଏବେ ନିଜର ଶ୍ରୀ ହରାଇ ବସିଛି । ରାଜନେତାଙ୍କ ବ୍ୟତିତ ଏହି ଡାକ ବଙ୍ଗଳାକୁ ରାଜ୍ୟପାଳଙ୍କ ସମେତ ବହୁ ଉଚ୍ଚÿ ପଦସ୍ଥ ଅଧିକାରୀ ବିଶ୍ରାମ ନେବା ନିମନ୍ତେ ଆସିଥାନ୍ତି । ମାତ୍ର କେବେ ଏହି ବଙ୍ଗଳାର ଉନ୍ନତି କଥା କେହି ଚିନ୍ତା କରିନାହାନ୍ତି । ଜାତୀୟ ରାଜପଥ ବିଭାଗ ବଦଳ ହୋଇ ଏନଏଚଏଆଇରେ ପରିଣତ ହେବାପରେ ଜାତୀୟ ରାଜପଥ ବିଭାଗ ଏହି ବଙ୍ଗଳା ଉପରେ ସଠିକ ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି । ଡାକ ବଙ୍ଗଳାର ମରାମତି ନିମନ୍ତେ ବିଭାଗ ଦୃଷ୍ଟି ଦେଉନଥିବା ବେଳେ ରାଜନେତାମାନେ ମଧ୍ୟ ଏହାର ମରାମତି ଉପରେ ଦୃଷ୍ଟି ଦେଉନଥିବା ଯୋଗୁ ଏହି ବଙ୍ଗଳା ଶ୍ରୀହୀନ ହୋଇ ପଡିଛି । ବଙ୍ଗଳାରେ ଭିଆଇପିଙ୍କ ନିମନ୍ତେ ଭଲ ଚେୟାର କି ଟେବୁଲ ନାହିଁ । ଭଙ୍ଗା ଡାଇନିଂ ସାଙ୍ଗକୁ ଭଙ୍ଗା ଡାଇନିଂ ଚେୟାର ମୁକ ସାକ୍ଷୀ ହୋଇ ପଡ଼ିରହିଛି । ବଙ୍ଗଳା ଭିତରକୁ ଯିବା ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡିଛି । ବେତନଟୀର ଏହି ଏକ ମାତ୍ର ଡାକ ବଙ୍ଗଳାର ମରାମତି ନିମନ୍ତେ ଧ୍ୟାନ ଦେବାକୁ ଦାବି ହୋଇଛି । ଏପରିକି ଦୁଇ ଗୋଟି କୋଠରୀ ପାଇଁ ବ୍ୟବସ୍ଥା ଥିବା ପାଇଖାନା ମଧ୍ୟ ଠିକ ନଥିବା ଜଣାଯାଇଛି ।