ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରକୁ  ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର 


(ଏଜେନ୍ସି) ନୂଆଦିଲ୍ଲୀ/ଭୁବନେଶ୍ୱର,: ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର୍ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି  ।
ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତେଲେଙ୍ଗାନାର କୃଷି ମନ୍ତ୍ରୀ  ଟି ନାଗେଶ୍ୱର ରାଓଙ୍କଠାରୁ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସ୍ଆର ମୁଖ୍ୟ ପ୍ରଶାନ୍ତ ହୋତା ଏହି ପୁରସ୍କାର ଗ୍ରହଣ କରିଥିଲେ  । ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ କର୍ପୋରେଟ୍ ଆଫେୟାର୍ସର ପୂର୍ବତନ ଡିଜି  ଭାସ୍କର ଚାଟାର୍ଜୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସମର୍ଥନରେ ଏହି କାର୍ଯ୍ୟକ୍ରମ ସଷ୍ଟେନେବଲ୍ ଡେଭେଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା ଆୟୋଜନ କରାଯାଇଥିଲା  ।
ଜେଏସପିକୁ ଏହି ପୁରସ୍କାର ଘୋଷଣା ସମ୍ପର୍କରେ ଏହାର ଅଧ୍ୟକ୍ଷ ତଥା ସାସଂଦ  ନବୀନ ଜିନ୍ଦଲ କହିଛଥିଲେ ଯେ, ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଧାରଣମାନରେ ନିରନ୍ତର ଉନ୍ନତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଭିଜନ ଓ ମିସନରେ ଅନ୍ତର୍ଭୁକ୍ତ  । ଜିନ୍ଦଲ ଜୁରି ଓ ଶାଲୁ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସପି ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ  ।
ସୂଚନାଯୋଗ୍ୟ, ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜେଏସପିର ଅନୁଗୁଳ ୟୁନିଟକୁ ଇସ୍ପାତ କ୍ଷେତ୍ରରେ ସ୍ୱର୍ଣ୍ଣ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଜେଏସପି ଏହାର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ, ସାମାଜିକ ଅନ୍ତର୍ଭୁକ୍ତୀକରଣ ଓ ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ବିଭିନ୍ନ ସମନ୍ୱିତ ସାମାଜିକ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ । ପୂର୍ବରୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜେଏସପିଙ୍କୁ ଦୁଇଟି ବର୍ଗରେ ସମ୍ମାନଜନକ ଜାତୀୟ ସିଏସଆର ପୁରସ୍କାର ୨୦୨୦ ପାଇଁ ଚୟନ କରାଯାଇଥିଲା । ନିକଟରେ ଏହି ଇସ୍ପାତ ନିର୍ମାତାକୁ ଆସୋଚାମ୍ ଓଡ଼ିଶା ସିଏସ୍ଆର୍ ଏଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଥିଲା  ।