ଖାଦାନ ସ୍ଥିତି ପରଖିଲେ କେନ୍ଦ୍ର ସରକାରଙ୍କ ସୁରକ୍ଷା ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ
।ା ପ୍ରଭାନୁ୍ୟଜ ।ା ଯାଜପୁର : ଯାଜପୁର ଜିଲା ଧର୍ମଶାଳାର କଳାପଥର ଖାଦାନରେ ହେଉଥିବା ବିପଦ ଜନକ ଖନନ ଯୋଗୁ ଅନେକ ଶ୍ରମଜୀବୀଙ୍କ ଜୀବନ ଯାଇଛି । ପୋକମାଛି ଭଳି ଶ୍ରମଜୀବୀ ମୃତୁ୍ୟ ମୁଖରେ ପଡ଼ୁଥିବା ବେଳେ ସେଭଳି କୈାଣସି ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଧର୍ମଶାଳାର ପାହାଡ ପର୍ବତରୁ ଅସୁରକ୍ଷିତ ଏବଂ ବିପଦଜନକ ଭାବେ କଳାପଥର ଲୁଟ ପାଇଁ ଉଭୟ ମାନବ ଏବଂ ଜୀବ ଜଗତର ନାହିଁ ନଥିବା କ୍ଷତି ହୋଇଥିବା ବେଳେ ପରିବେଶ ମଧ୍ୟ ଧ୍ୱଂସାଭିମୁଖୀ ହେବାରେ ଲାଗିଛି । ଏହାର ପ୍ରତିବାଦରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଞ୍ଚ ସଭାପତି ସତୀଶ ବିଶ୍ୱାଳ ନିରନ୍ତର ସରକାରଙ୍କ ଦୃଷ୍ଟି ଆକର୍ଷଣ ସହ କେନ୍ଦ୍ର ସରକାରଙ୍କ ଖାଦାନ ସୁରକ୍ଷା ମହାନିଦେ୍ର୍ଦଶାଳୟର ହସ୍ତକ୍ଷେପ ଦାବି ପରେ ଖାଦାନ ସୁରକ୍ଷା ମହାନିଦେ୍ର୍ଦଶାଳୟ ତଥା ଡାଇରୋକ୍ଟେରେଟ ଜେନେରାଲ ମାଇନ୍ସ ସେଫ୍ଟି ତରଫରୁ ପାହାଡ ପର୍ବତ ଖାଦାନ ସ୍ଥିତି ଯାଞ୍ଚ କରିଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଖାଦାନ ସୁରକ୍ଷା ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ, ଉପନିଦେ୍ର୍ଦଶକଙ୍କ ସହ ରାଜ୍ୟ ସରକାରଙ୍କ ଖଣି ବିଭାଗର ବରିଷ୍ଠ ଅଧିକାରୀ ଧର୍ମଶାଳାର ବାଜବାଟୀ, ଆରୁହା, ଲୁଣିବେର ଖାଦାନର ସ୍ଥିତି ପରିଖିଥିଲେ । ଖାଦାନ ଗୁଡିକରେ ଅତ୍ୟନ୍ତ ବିପଦ ଜନକ ଭାବେ କଳାପଥର ଉତ୍ତୋଳନ କରାଯିବା ନେଇ ବିଭାଗୀୟ ଉଚ୍ଚ ଅଧିକାରୀ ଅନୁଧ୍ୟାନ ବେଳେ ଦେଖିବାକୁ ମିଳିଥିଲା । ଧର୍ମଶାଳାର ପାହାଡ ପର୍ବତ ଗୁଡିକରେ ବିଭିନ୍ନ ସମୟରେ ଶ୍ରମିକ ମୃତୁ୍ୟ ବରଣ କରିବା ଘଟଣା ସମଗ୍ର ରାଜ୍ୟରେ ଘୋର ଆଲୋଡନ ସୃଷ୍ଟି କରୁଛି । ନିକଟ ଅତୀତରେ ଡଙ୍କାରୀରେ ୩ ଜଣ ଶ୍ରମିକ ଏବଂ ରାହାଡପୁରରେ ଜଣେ ଶ୍ରମିକ ମୃତୁ୍ୟ ପ୍ରସଙ୍ଗରେ ସତୀଶ ଲଢେଇ କରିବା ସହ ନିୟମିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସତୀଶଙ୍କ ପତ୍ର ଆଧାରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ବାରମ୍ବାର ହସ୍ତକ୍ଷେପ କରିଛନ୍ତି । ଏପରିକି ଗତ ଦୁଇମାସ ମଧ୍ୟରେ ଧର୍ମଶାଳାର ପାହାଡ ପର୍ବତରୁ ବେଆଇନ ଖନନ ନେଇ ସତୀଶଙ୍କ ପତ୍ର ଆଧାରରେ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ତରଫରୁ ଲଘୁ ଖଣିଜ ଦ୍ରବ୍ୟ ନିଦେ୍ର୍ଦଶକ ଏବଂ ଜିଲାପାଳ ଯାଜପୁରଙ୍କୁ ପତ୍ର ନଂବର-୭୩୬୬ ତା୨୮ା୮ା୨୪, ୭୪୯୮ତା୩୦ା୮ା୨୪, ୭୫୮୯ ତା୨ା୯ା୨୪, ୭୫୯୨ ତା୨ା୯ା୨୪, ୭୭୩୦ ତା୪ା୯ା୨୪ ସହ ୧୦ରୁ ଉଦ୍ଧ୍ୱର୍ ପତ୍ର ପ୍ରଦାନ କରାଯାଇଛି । ଧର୍ମଶାଳାର ଖାଦାନ ଗୁଡିକରେ କମ୍ପରସର ହୋଲ ପାଇଁ ଅନୁମତି ଆଣି ବଡ ୱାଗନ ହୋଲ ବ୍ଲାଷ୍ଟିଂ ଦୀର୍ଘବର୍ଷ ହେଲା ଚାଲିଛି । ଏଥିନେଇ ୨୦୧୦ମସିହାରେ ତକ୍ରାଳୀନ ଜଙ୍ଗଲ ଓ ପରିବେଶ ବିଭାଗମନ୍ତ୍ରୀଙ୍କୁ ସାକ୍ଷାତ କରି ସତୀଶ ଦାବିପତ୍ର ପ୍ରଦାନ ପରେ ପାହାଡ ଗୁଡିକରେ ୱାଗନହୋଲ ବ୍ଲାଷ୍ଟିଂ ସଂପୂର୍ଣ୍ଣ ବନ୍ଦ ପାଇଁ ତକ୍ରାଳୀନ ବିଭାଗୀୟ ନିଦେ୍ର୍ଦଶକ ଭାଗିରଥୀ ବେହେରାଙ୍କ ନିଦେ୍ର୍ଦଶକୁ ଜିଲା ପ୍ରଶାସନ ମାଡି ବସିଛି ବୋଲି ସତୀଶ ରାଜ୍ୟପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ଆଜି ସତୀଶ ଏଥିନେଇ ଖାଦାନ ସୁରକ୍ଷା ମହାନିଦେ୍ର୍ଦଶାଳୟକୁ ପତ୍ର ଦେଇ ପ୍ରତ୍ୟେକ ଖାଦାନରେ ଇଣ୍ଡିଆନ ବୁ୍ୟରୋ ଅଫ୍ ମାଇନ୍ସରୁ ସାଟିଫିକେଟ ପାଇଥିବା ଜଣେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କୁ ଖାଦାନ ମ୍ୟାନେଜର ଭାବେ ନିଯୁକ୍ତି ପ୍ରଦାନ ପାଇଁ ଦାବି କରିଛନ୍ତି । ଏହି ପତ୍ରରେ ସତୀଶ ଦର୍ଶାଇଛନ୍ତି ଯେ, ଖାଦାନରେ ଯେ କୌଣସି ଦୁର୍ଘଟଣା ହେଲେ ଏହି ଖାଦାନ ମ୍ୟାନେଜର ସେଥିନେଇ ଉତ୍ତରଦାୟୀ ହେବେ । ସରକାରଙ୍କ ଏହି ବ୍ୟବସ୍ଥାକୁ ଦୀର୍ଘଦିନ ହେଲା ଏଠାରେ କାର୍ଯ୍ୟକାରୀ କରାଯାଉନାହିଁ । ବିପଦଜନକ ୱାଗନହୋଲ ବ୍ଲାଷ୍ଟିଂ ସଂପୂର୍ଣ୍ଣ ବନ୍ଦ ପାଇଁ ପ୍ରଶାସନ ଠୋସ ପଦକ୍ଷେପ ଗ୍ରହଣ କରିବା ସହ ଖାଦାନ ଗୁଡିକ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଖନନ, ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ କାମ କରିବାର ସୁଯୋଗ ଦିଆଯାଉ । ପ୍ରତ୍ୟେକ ଖାଦାନ ଶ୍ରମିକଙ୍କୁ ବୀମାଭୁକ୍ତ କରାଯାଉ । ଧର୍ମଶାଳାରେ କୌଣସି ଖାଦାନରେ ବ୍ଲାଷ୍ଟିଂ ଅନୁମତି ନଥାଇ ରାବଣରାଜ କରାଯିବା ପରି ବିପଦଜନକ ବ୍ଲାଷ୍ଟିଂ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଖଣି ସୁରକ୍ଷା ଆଇନର ଉଲଂଘନ କରି ଖାଦାନରେ ହୋଇଥିବା ବିରାଟ ଗର୍ତ୍ତକୁ ପୋତାଯାଉ । ଅତୀତରେ ଲୁଣିବର ପାହାଡ ଖାଦାନରେ ଦୁଇ ଶ୍ରମିକ ମୃତୁ୍ୟ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନେଇ ପତ୍ରରେ ଉଦବେଗ ପ୍ରକାଶ କରିଛନ୍ତି । ତେବେ ଆଇନ ଦୃଷ୍ଟିରୁ ଏହିସବୁ ଦାବି ଯୁକ୍ତିଯୁକ୍ତ ହୋଇଥିବା ବେଳେ ଏଥିପାଇଁ ଏବେ ଖାଦାନ ଲିଜଧାରୀ ସଙ୍କଟରେ ପଡିଛନ୍ତି । ଏହି ବିଭାଗ ପ୍ରଥମଥର ପାଇଁ ଯାଜପୁର ଜିଲାରେ ତଦନ୍ତ ଆରମ୍ବ ପରେ ଅନେକ ଖାଦାନ ଲିଜଧାରୀ ବିପଦରେ ପଡିବା ଆଶଙ୍କା ସୃଷ୍ଟି ହୋଇଛି ।