ଆନେ୍ଦାଳନ ଆଗରୁ ନିଷିଦ୍ଧାଞ୍ଚଳ ଘୋଷଣା; ନୀଳାଚଳ ସମ୍ମୁଖରେ ଫ୍ଲାଗମାର୍ଚ୍ଚ
ଦାନଗଦୀ: ବିସ୍ଥାପିତ ପରିବାର ଦେଇଥିବା ଆନେ୍ଦାଳନ ଡାକରାକୁ ଭଣ୍ଡୁର କରିବାକୁ ପ୍ରଶାସନ ପକ୍ଷରୁ ନୀଳାଚଳ କାରଖାନା ଫାଟକର ପାଞ୍ଚଶହ ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । କାରଖାନାର ପାଞ୍ଚଶହ ମିଟର ପରିଧି ମଧ୍ୟରେ ପାଞ୍ଚରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିପାରିବେନି । ନାଗରିକ ସୁରକ୍ଷା ସଂହିତା ଧାରା-୧୬୩ ଅନୁଶାରେ ଏଭଳି ଘୋଷଣା କରାଯାଇଥିବା ଏବଂ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ର୍ନିେଶନାମା ରହିଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ନୀଳାଚଳ କାରଖାନା ଠାରୁ ଡୁବୁରୀ ପର୍ଯ୍ୟନ୍ତ ଫ୍ଲାଗମାର୍ଚ କରାଯାଇଛି । ସୂଚନା ଥାଉକି ବିସ୍ଥାପିତ ମୃତକ ପରିବାରର ସଦସ୍ୟଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି, ଯେବେ ଠାରୁ ନୀଳାଚଳ ଇସ୍ପାତକୁ ଟାଟା ଲଙ୍ଗ ପ୍ରଡକ ଅଧିଗ୍ରହଣ କରିଛି ସେହି ଦିନ ଠାରୁ ବିସ୍ଥାପିତ ପରିବାରର ୧୮ବର୍ଷର ଅଧିକ ଥିବା ସଦସ୍ୟଙ୍କୁ ସ୍ଥାୟୀ ଚାକିରୀର ବ୍ୟବସ୍ଥା, ବିସ୍ଥାପିତ ସମୟରେ ଯେଉଁ ମାନେ ଚାକିରୀ ବଦଳରେ ଅର୍ଥ ନେଇଥିଲେ ସେମାନଙ୍କ ଅର୍ଥକୁ ମୂଲ୍ୟାଙ୍କନ କରି ନିଯୁକ୍ତି ପ୍ରଦାନ ଓ ସମସ୍ତ ବିସ୍ଥାପିତ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ ପ୍ରଭୂତି ଦାବିରେ ନୀଳାଚଳ କାରଖାନା ବିସ୍ଥାପିତ ପରିବାର ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇ ସପ୍ତାହକ ମଧ୍ୟରେ ପୂରଣ ନ ହୁଏ ତାହାଲେ ୨୫ ତାରିଖ ଠାରୁ ନୀଳାଚଳ ଇସ୍ପାତର ସମସ୍ତ ଫାଟକ ବନ୍ଦ କରିବାକୁ ବାଧ୍ୟ ହେବାକୁ ଚୋତାବନୀ ଦେଇଥିଲେ । ଆସନ୍ତା କାଲି ନୀଳାଚଳ କାରଖାନା ସମ୍ମୁଖରେ ବିସ୍ଥାପିତ ପରିବାର ଆନେ୍ଦାଳନ ପାଇଁ ସଜବାଜ ହେଉଥିବା ବେଳେ ଆଜି ପ୍ରଶାସନ କଟକଣା ଜାରୀ କରି ଡୁବୁରୀ ଛକରୁ ବିଆରପିଏଲ. ଗୋଲେଇ ଛକ ପର୍ଯ୍ୟନ୍ତ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି । ଅତିରିକ୍ତ ଜିଲାପାଳ କଳିଙ୍ଗନଗରଙ୍କ ର୍ନିେଶ କ୍ରମେଫ୍ଲାଗ ମାର୍ଚ୍ଚରେ ସବଡିଭିଜନର ସମସ୍ତ ଥାନା ଅଧିକାରୀ ପାଞ୍ଚ ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବା ପାଇଁ ଯେପରି କଳିଙ୍ଗନଗରର କୌଣସି ରାସ୍ତା ରୋକ, ସଭାସମିତି, ଲୋକ ଏକାଠି କେଉଁଠି ନହୁଅନ୍ତି ସେଥିପାଇଁ ପୁଲିସ ପ୍ରଶାସନ ନଜର ରଖିବା ପାଇଁ ଅତିରିକ୍ତ ଜିଲାପାଳଙ୍କ ର୍ନିେଶ ଅଛି ।