ସହର ବିକାଶ ନେଇ ପ୍ରଶିକ୍ଷଣ ନେଲେ ପୌରପାଳିକା ଅଧ୍ୟକ୍ଷ-ପାରିଷଦ

 ଯାଜପୁର ଟାଉନ : ଯାଜପୁର ଓ ବ୍ୟାସନଗର ନଗର ପାଳିକାର ଅଧ୍ୟକ୍ଷ ଓ ପାରିଷଦ ସହର ବିକାଶ ଅନୁଭୂତି ମୂଳକ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟସୂଚୀରେ ବାସୁଦେବପୁର ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ ମାଷ୍ଟର ଟ୍ରେନର ହିସାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସହଯୋଗ ଯୋଜନା, ସହରର ବିଭିନ୍ନ ପ୍ରକାର ଉନ୍ନୟନ ଯୋଜନା ସହ ନୂଆ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ୟାନ୍ୟ ନଗର ଉନ୍ନୟନ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦, ଜଳାଶୟ ପୁନଃଜୀବନ ତଥା ପୁନରୁଦ୍ଧାର ଯୋଜନା ଇତ୍ୟାଦି ବିଷୟରେ ଉପସ୍ଥିତ ଅଧ୍ୟକ୍ଷା, ଅଧ୍ୟକ୍ଷ ଏବଂ ସମସ୍ତ କାଉନସିଲରଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରିଥିଲେ । ଏତଦ୍ ଭିନ୍ନ ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ, ମାଷ୍ଟର ଟ୍ରେନର ହିସାବରେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟସୂଚୀଟି ଯାଜପୁର ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଲଷ୍ମୀକାନ୍ତ ରାଉତଙ୍କ ଦ୍ୱାରା ସଂଚାଳିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ତଥା ପ୍ରକଳ୍ପ ନିଦେ୍ର୍ଦଶକ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ଅଶୋକ କୁମାର ବେହୁରିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଯାଜପୁର ନଗରପାଳିକା ଅଧ୍ୟକ୍ଷା ରଞ୍ଜୁଲତା ହୋତା ଓ ବ୍ୟାସନଗର ନଗରପାଳିକାର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟସୂଚୀରେ ବସୁଦେବପୁର ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗଦେଇ ସହର ଉନ୍ନୟନ ବିଷୟରେ ତଥ୍ୟ ଓ ଯୋଜନାମାନ ଉପସ୍ଥାପନା କରିଥିଲେ । ସେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସହଯୋଗ ଯୋଜନା ସହ ନୂଆ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ୟାନ୍ୟ ନଗର ଉନ୍ନୟନ ଯୋଜନା ବିଷୟରେ ଅଧ୍ୟକ୍ଷା ଓ ସଭ୍ୟମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବେହୁରିଆଙ୍କ ସହ ଅଧ୍ୟକ୍ଷା ଓ ସଭ୍ୟମାନେ ସିଧାସଳଖ ପ୍ରଶ୍ନୋତର ମାଧ୍ୟମରେ ନିଜ ସନେ୍ଦହ ସମାଧାନ କରିଥିଲେ । ଏହା ସହ ଚାନ୍ଦବାଲି ଉପବିଭାଗର ଉପବିଭାଗୀୟ ବିଜ୍ଞାନୀ ପ୍ରଭାତ କୁମାର ସାହୁ ମଧ୍ୟ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟସୂଚୀ ମାଧ୍ୟମରେ ନିର୍ବାଚିତ ପ୍ରତିନିଧି ସ୍ଥାନୀୟ ସ୍ତରରେ ସହର ବିକାଶ ଯୋଜନାଗୁଡ଼ିକୁ କିପରି କ୍ରିୟାନ୍ୱୟନ କରିପାରିବେ ସେ ସମ୍ପର୍କରେ ଅବଗତ ହୋଇଥିଲେ ।