ବିଞ୍ଝାରପୁର ବିଜେପିରେ ହେଉଛି କି କଂଗ୍ରେସ କରଣ ?

ବିଞ୍ଝାରପୁର ବିଜେପିରେ ହେଉଛି କି କଂଗ୍ରେସ କରଣ ?

ାା ପ୍ରଭାନୁ୍ୟଜ ।ା ଯାଜପୁର:  ବିଜେପି ସରକାରକୁ ପୁରିଛି ଶହେ ଦିନ । ଶହେ ଦିନ ଭିତରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ସଦସ୍ୟତା ସଂଗ୍ରହ ଅଭିଯାନ । ପ୍ରତି ନିର୍ବାଚନ ମଣ୍ଡଳରୁ ଲକ୍ଷେ ସଦସ୍ୟ ସଂଗ୍ରହ ଲକ୍ଷ୍ୟରେ ରହିଛି ପ୍ରଥମ କରି ସରକାର କରିଥିବା ଭାରତୀୟ ଜନତାପାର୍ଟି ।  ସରକାରକୁ ପୁରିଛି ଶହେ ଦିନ । ଶହେ ଦିନ ଭିତରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ସଦସ୍ୟତା ସଂଗ୍ରହ ଅଭିଯାନ । ପ୍ରତି ନିର୍ବାଚନ ମଣ୍ଡଳରୁ ଲକ୍ଷେ ସଦସ୍ୟ ସଂଗ୍ରହ ଲକ୍ଷ୍ୟରେ ରହିଛି ପ୍ରଥମ କରି ସରକାର କରିଥିବା ଭାରତୀୟ ଜନତାପାର୍ଟି । 
ସଦସ୍ୟତା ଅଭିଯାନକୁ ଦଳୀୟ ନେତା, କାର୍ଯ୍ୟକର୍ତ୍ତା ଯୋରଦାର କରିଛନ୍ତି । ପଞ୍ଚାୟତରୁ ପଞ୍ଚାୟତକୁ ଯାଇ ଦଳୀୟ ନେତା ସଦସ୍ୟତା ଅଭିଯାନଜାରୀ ରଖିବା ପୂର୍ବକ ସଚେତନ କରୁଛନ୍ତି । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ବିଞ୍ଝାରପୁର ପଦ୍ମ ଦଳରେ ଥିବା କେଁ ପଦାକୁ ଫୁଟି ବାହାରିଛି । ବିଞ୍ଝାରପୁର ବିଜେପିର ନେତ୍ରୀ ତଥା ଜିଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ବବିତା ମଲିକ ଦଳବଳ ନେଇ ଅଭିଯାନ କରୁଥିବା ବେଳେ ଦୁଇଦିନ ତଳେ କିଛି ପୁରୁଣା କର୍ମୀ ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଅରେଇ ବରୁଣେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଏକାଠି ହୋଇ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ କରିବା ଘଟଣା ବିଞ୍ଝାରପୁର ବିଜେପିରେ ସବୁ କିଛି ଠିକ ଚାଲିନି ବୋଲି ସ୍ପଷ୍ଟ କରି ଦେଇଛି । କଲ୍ୟାଣ ମଣ୍ଡପ ଠାରେ ଏକାଠି ହୋଇଥିବା ପୁରୁଖା ନେତା-ନେତ୍ରୀଙ୍କ ମଧ୍ୟରେ ପ୍ରଭାତୀ ସାହୁ,୨୬ ନମ୍ୱର୍ ଜୋନ ଜିଲା ପରିଷଦ ପ୍ରାର୍ଥୀ ଅରୁଣଜିତ୍ ରାଉତ୍ ରାଏ, ପୂର୍ବତନ ଜିଲା ସଭାପତି ଗୋପାଳ ପଣ୍ଡା ପ୍ରମୂଖ ରହିଥିଲେ । ସମସ୍ତେ ସଦସ୍ୟା ସଂଖ୍ୟା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ ସତ କିନ୍ତୁ ଯେଉଁ ଅଭିଯୋଗ ବାଢିଥିଲେ, ତାହା ରାଜନୈତିକ ଦୃଷ୍ଠି କୋଣରୁ ସଂଗୀନ ବୋଲି କୁହାଯାଇପାରିବ । କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ବର୍ତମାନ ସମୟରେ ଅଲୋଡ଼ା ହୋଇପଡ଼ିଥିବା କଥା କହିଥିବା ବେଳେ ବିଞ୍ଝାରପୁର ବିଜେପିକୁ କଂଗ୍ରେସ କରଣ କରାଯାଉଛି ବୋଲି କହୁ କହୁ କହିଦେଇଥିଲେ । ଏଭଳି ସଂଗୀନ ଆରୋପ ୨୬ ନମ୍ୱର୍ ଜୋନ ଜିଲା ପରିଷଦ ପ୍ରାର୍ଥୀ ଅରୁଣଜିତ୍ କହିଥିଲେ । ସଦସ୍ୟତା ସଂଗ୍ରହ ଆଳରେ ଏକାଠି ହୋଇଥିବା ପୁରୁଣା କର୍ମୀ ବିଞ୍ଝାରପୁରରେ ଦଳ ଯେମିତି ଚାଲିଛି, ତାହାକୁ ନାପସନ୍ଦ କରିଥିଲେ । ପୁରୁଣା କାର୍ଯ୍ୟକର୍ତାଙ୍କୁ ଅବହେଳା କରାଯାଉଥିବାରୁ ଦଳପାଇଁ ସେମାନେ କାର୍ଯ୍ୟ କରିବାକୁ ଆଗେଇ ଆସି ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା କହିଥିଲେ । ତେବେ ଅରୁଣଜିତ କହୁ କହୁ କହିଥିଲେ କି ବିଜେପି ନେତୃତ୍ୱ ନେଉଥିବା ନେତା ଡ଼ାକିକି ନେଇ ବେଜିତ କରିବେ,ନଗଲେ ବଦନାମ କରିବେ, ରାତିରେ ଘର ପୋଡ଼ି ଦିନରେ ରିଲିଫ୍ ନେବା ପ୍ରକୃତି । ଯାହା କଂଗ୍ରେସ କରଣ ସହ ସମାନ । ଅରୁଣଜିତଙ୍କ ଏଭଳି ସଂଗୀନ ଆରୋପ ପଛରେ କାରଣ ଯାହାବି ଥାଉନା କାହିଁକି, କିନ୍ତୁ ଗୋଟିଏ କଥା ବିଞ୍ଝାରପୁର ବିଜେପିରେ କେଁ ରହିଛି । ତେବେ ଅରୁଣଜିତ ଯେଉଁ ଅଭିଯୋଗ ଆରୋପ କରୁଛନ୍ତି, ‘ବିଞ୍ଝାରପୁର ବିଜେପିକୁ କଂଗ୍ରେସ କରଣ’ କରାଯାଉଛି, ତାହା କେତେଦୂର ଠିକ ? ବର୍ତ୍ତମାନର ବିଜେପି ନେତୃତ୍ୱ ନେଉଥିବା ବବିତା ମଲିକ କଂଗ୍ରେସ ଦଳରୁ ଆସିଛନ୍ତି । ଯିଏ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇ ହାରିଥିଲେ । ବିଜେପିକୁ ଆସିବା ପରେ ଦୁଇଥର ଦଳ ତାଙ୍କୁ ସୁଯୋଗ ଦେଇଛି । ଯଦିଓ ଚଳିତ ନିର୍ବାଚନରେ ତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା, କିନ୍ତୁ ବିଜେଡ଼ି ବିଧାୟିକା ପ୍ରମିଳା ମଲିକଙ୍କୁ ଘାଇଲା କରିଥିଲେ । ସ୍ୱଳ୍ପ ଭୋଟରେ ହାରିଯାଇଥିବା ବବିତାଙ୍କ ସହ ସାଥ୍ ଦେଉଥିବା ଅନେକ ଆଗଧାଡ଼ିର ନେତା କଂଗ୍ରେସ ଦଳରୁ ଆସିଛି । କେହିବି କୌଣସି ଦଳରୁ ବାହାରି ଅନ୍ୟ ଦଳରେ ମିଶିବାରେ କିଛି ଅସୁବିଧା ନାହିଁ । ହେଲେ ଅରୁଣଜିତ ଯେଉଁ ଆରୋପ ଲଗାଇଛନ୍ତି, ତାହା କଂଗ୍ରେସ ଦଳରୁ ବିଜେପିକୁ ଆସିଥିବା ନେତାଙ୍କୁ ଇଙ୍ଗିତ କରି କରିଥିବା ଜଣାପଡ଼ିଯାଉଛି । ତେବେ ଏନେଇ ଦଳର ନେତ୍ରୀ ବବିତା ମଲିକଙ୍କ ମତାମତ ନେବାକୁ ଚେଷ୍ଠା କରାଯାଇଥିଲେ ହେଁ ତାଙ୍କ ଫୋନ ନଟରିଚେବୁଲ ରହିଥିଲା । ତେବେ ବିଞ୍ଝାରପୁର ବିଜେପି କଂଗ୍ରେସ କରଣ ହୋଇଛି କି ହେବାକୁ ଯାଉଛି, ତାହାତ ଦଳୀୟ ନେତାଙ୍କୁ ଜଣାଥିବ, କିନ୍ତୁ ଏଭଳି କେଁ ଲାଗିରହିଲେ ଭବିଷ୍ୟତ ପାଇଁ କେବେ ହେଲେ ଶୁଭଙ୍କର ହେବନି ।