ଧୋନୀଙ୍କୁ ନେଇ ହରଭଜନ ସିଂଙ୍କ ବଡ ବୟାନ
ହରଭଜନ ସିଂ ଓ ମହେନ୍ଦ୍ର ସିଂ ଧୋନୀଙ୍କ ମଧ୍ୟରେ କିଛି ଠିକ ନାହିଁ । ୧୦ବର୍ଷ ହେବ ଧୋନୀଙ୍କ ସହ କଥାବାର୍ତ୍ତା କରିନଥିବା କହିଛନ୍ତି ହରଭଜନ । ତେବେ ଏଭଳି ଚାଞ୍ଚଲ୍ୟକର ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ହରଭଜନ ସିଂ ଏବଂ ଏମଏସ ଧୋନି ଅଲଗା ହୋଇଥିବା ଖବର ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଉଭୟେ ୨୦୦୭ ରେ ଟି -୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପରେ ଦେଶ ପାଇଁ ବିଶ୍ୱକପ ଜିତିଛନ୍ତି । ବର୍ତ୍ତମାନ ଆମେ ଗତ ୧୦ ବର୍ଷ ଧରି କଥା ହେଉନାହୁଁ । ଭେଟେରାନ ସ୍ପିନର ହରଭଜନ ସିଂ ଏହି ଦାବି କରିଛନ୍ତି।ପୂର୍ବତନ ଭାରତୀୟ ସ୍ପିନର ତାଙ୍କ ସହ ଧୋନିଙ୍କ ମଧ୍ୟରେ ଥିବା ମତଭେଦ ବିଷୟରେ ବର୍ଣ୍ଣନା କରିନାହାଁନ୍ତି, କିନ୍ତୁ ତାଙ୍କର ଶେଷ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଉଭୟଙ୍କ ମଧ୍ୟରେ କିଛି ଘଟିଛି। ୨ ଏପ୍ରିଲ ୨୦୧୧ ରାତି ପର୍ୟ୍ୟନ୍ତ ହରଭଜନ ଭାରତୀୟ ଟେଷ୍ଟ, ଏକ ଦିବସୀୟ ଏବଂ ଟି -୨୦ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ। ସେହିଦିନ ଟିମ ଇଣ୍ଡିଆ ୨୮ବର୍ଷ ପରେ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା। କିନ୍ତୁ ଏହା ଯେତେ ଆଶ୍ଚର୍ୟ୍ୟଜନକ, ଫାଇନାଲ ପାଇଁ ପ୍ଲେଇଙ୍ଗ୍ -୧୧ ଆଉ କେବେ ଗଠନ ହୋଇନାହିଁ । ସେହି ମ୍ୟାଚରେ ଖେଳୁଥିବା ଟିମ ଇଣ୍ଡିଆର ଖେଳାଳିମାନେ ଏକାଠି ଖେଳିପାରିନଥିଲେ। ୨୦୧୧ ବିଶ୍ୱକପ ଫାଇନାଲ ଏବଂ ୨୦୧୫ ବିଶ୍ୱକପ ମଧ୍ୟରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଏବଂ ଜାହିର ଖାନଙ୍କ ଭଳି ଖେଳାଳି ଅବସର ନେଇଥିଲେ। ହରଭଜନ ଏବଂ ଯୁବରାଜ ସିଂଙ୍କ ପରି ଭେଟେରାନମାନେ ଧୀରେ ଧୀରେ ଦଳରୁ ଓହରି ଯାଇଥିଲେ। ଉଭୟ ଖେଳାଳି ଭଲ ବ୍ୟବହାର ନକରିବା ବିଷୟରେ କହିଛନ୍ତି। ଭେଟେରାନ ଭାରତୀୟ ସ୍ପିନର ଏକ ଘରୋଇ ଟେଲିଭିଜନ ସହ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି, ନା, ମୁଁ ଧୋନିଙ୍କ ସହ କଥାବାର୍ତ୍ତା କରେ ନାହିଁ । ୧୦୩ ଟେଷ୍ଟ ଖେଳିଥିବା ଏହି ଅଭିଜ୍ଞ ଖେଳାଳି ଧୋନିଙ୍କୁ ସିଧାସଳଖ ଟାର୍ଗେଟ କରିନଥିଲେ, କିନ୍ତୁ ଯାହା କହିବାକୁ ପଡିବ ତାହା କହିଥିଲେ। ଏହା ଦର୍ଶାଏ ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ।