ହରିୟାଣା ନିର୍ବାଚନ : କେଉଁ ସର୍ଭେର ଆକଳନ କ’ଣ ? 

haryana exit poll

ହରିୟାଣା ନିର୍ବାଚନ : କେଉଁ ସର୍ଭେର ଆକଳନ କ’ଣ ? 

ଭୁବନେଶ୍ୱର : ନ୍ୟୁଜ ୧୮ର ସର୍ଭେ ଅନୁଯାୟୀ, କଂଗ୍ରେସକୁ ୫୯ ଆସନ ମିଳିବ  । ଯେତେବେଳେକି ବିଜେପିକୁ ୨୧ ଆସନରେ ସନ୍ତୁଷ୍ଟ ରହିବାକୁ ବଢ଼ିବ  । ଅପରପକ୍ଷରେ ଜେଜେପି ମେଣ୍ଟକୁ ୨ ଆସନ, ଆଇଏନଏଲଡ଼ି ମେଣ୍ଟକୁ ୪ ଆସନ ମିଳିବ ବୋଲି ଆକଳନ କରାଯାଇଛି  ।
ଦୈନିକ ଭାସ୍କରର ଏକଜିଟ ପୋଲ କହୁଛିଯେ, କଂଗ୍ରେସ ୪୪ରୁ ୫୪ ଆସନ ପାଇବ  । କିନ୍ତୁ ବିଜେପିକୁ ୧୯ରୁ ୨୯ ଆସନ ମିଳିବ  । ଜେଜେପିକୁ ଗୋଟିଏ ଓ ଆଇଏନଏଲଡ଼ିକୁ ୧ରୁ ୫ ଆସନ ମିଳିବ ବୋଲି ଅନୁମାନ କରାଯାଉଛି  ।
ଇଣ୍ଡିଆ ଟିଭିର ଆକଳନ ଅନୁଯାୟୀ, ହରିୟାଣାରେ କଂଗ୍ରେସ ସରକାର ଗଢ଼ିବ  । କଂଗ୍ରେସକୁ ୪୪ରୁ ୫୪ ଆସନ ମିଳିବ  । ଯେତେବେଳେକି ବିଜେପିକୁ ୧୯ରୁ ୨୯ ଆସନ ମଧ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିବ  । ଅନ୍ୟ ଦଳଗୁଡ଼ିକୁ ୫ରୁ ୧୬ ଆସନ ମିଳିବାର ସମ୍ଭାବନା ରହିଛି  ।
ମାଟ୍ରିଜ୍‌ର ଆକଳନ ଅନୁଯାୟୀ, ବିଜେପିକୁ ହରିୟାଣାରେ ୧୮ରୁ ୨୪ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୫୫ରୁ ୬୨ ଆସନ ମିଳିବ ବୋଲି ଆକଳନ କରାଯାଇଛି  । ଅପରପକ୍ଷରେ ଆଇଏନଏଲଡ଼ିକୁ ୩ରୁ ୬ ଆସନ ମିଳିବାର ଥିବାବେଳେ ଜେଜେପିକୁ ୩ଟି ଆସନ ମିଳିବ  । ଅନ୍ୟଙ୍କୁ ୨ରୁ ୫ ଆସନ ମିଳିବାର ସମ୍ଭାବନା ରହିଛି  । 
ପିପୁଲସ ପଲସର ଏକଜିଟ ପୋଲ ଅନୁଯାୟୀ ଏକ ଦଶନ୍ଧି ପରେ ହରିୟାଣାରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବ  । ବିଜେପିକୁ ୨୦ରୁ ୩୨ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୪୯ରୁ ୬୧ ଆସନ, ଜେଜେପିକୁ ୧ ଆସନ, ଆଇଏନଏଲଡ଼ିକୁ ୨ରୁ ୩ ଆସନ ମିଳିବ ବୋଲି ଆକଳନ କରାଯାଇଛି  ।
ହରିୟାଣାରେ କଂଗ୍ରେସ ସରକାର : ଧ୍ରୁବ ରିସର୍ଚ୍ଚ
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ୍‌ କରିବ  । କଂଗ୍ରେସକୁ ୫୦ରୁ ୬୪ ଆସନ ମିଳିବାର ସମ୍ଭାବନା ରହିଛି  । ଯେତେବେଳେକି ବିଜେପିକୁ ୨୨ରୁ ୩୨ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ  । 

ହରିୟାଣାରେ ସରକାର ଗଢ଼ିବ ବିଜେପି : ରିପ୍ଳବିକ ଟିଭି
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ୍‌ କରିବ  । ରିପ୍ଳବିକ ଟିଭି ଏଭଳି ଆକଳନ କରିଛି  । ହରିୟାଣାର ୯୦ ଆସନ ମଧ୍ୟରୁ ବିଜେପି ୬୨ ଆସନ ପାଇବ  । ସେହିପରି କଂଗ୍ରେସକୁ ୧୮ରୁ ୨୪ ଆସନ ମିଳିବ ବୋଲି ଆକଳନ କରାଯାଇଛି  । ଏହାଛଡ଼ା ଜେଜେପି ୩ଟି ଓ ଅନ୍ୟମାନେ ୨ରୁ ୫ ଆସନ ପାଇବେ ବୋଲି ରିପ୍ଳବିକ ଟିଭି ଆକଳନ କରିଛି  ।