ଓଡ଼ିଶା ପାଲଟିଛି ବ୍ରାଉନସୁଗାର ହବ୍

ଭୁବନେଶ୍ୱର: ଓଡ଼ିଶା ପାଲଟିଛି ବ୍ରାଉନସୁଗାର ହବ୍ । ପ୍ରତ୍ୟେକ ଦିନ ନିଶା କାରବାରରେ ଅନେକ ଧରାପଡ଼ି ଜେଲ୍କୁ ଯାଇଥାନ୍ତି। ଏହା ଏକ ନିତିଦିନିଆ ଘଟଣା ପାଲଟିଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି। ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଛି। ୫୯୨୦ଟି ମାମଲାରେ ଗିରଫ ହୋଇଛନ୍ତି ୭୨୮୯ ଜଣ। ସେହିଭଳି ୪୪୩୬.୭୬ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି।