ଜାମ୍ମୁକାଶ୍ମୀରରେ କିଏ ମାରିବ ବାଜି, ଜାଣନ୍ତୁ
J&K Election

ଭୁବନେଶ୍ୱର : ସରିଛି ହରିୟାଣା ଓ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ । ଆସିଛି ଏକଜିଟ ପୋଲ । ହରିୟାଣାରେ କଂଗ୍ରେସ ସରକାର ଗଢ଼ିବ ବୋଲି ଅନେକ ସର୍ଭେରେ ଆକଳନ କରାଯାଇଛି । ତେବେ ଜାମ୍ମୁକାଶ୍ମୀରରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ । ସେଠାରେ ଝୁଲା ସରକାର ଗଠନ ହେବବୋଲି ଆକଳନ କରାଯାଇଛି ।
ସି ଭୋଟରର ଆକଳନ ଅନୁଯାୟୀ, ନାସନାଲ କନଫରେନ୍ସକୁ ୪୦ରୁ ୪୮, ବିଜେପିକୁ ୨୭ରୁ ୩୨ ଏବଂ ପିଡ଼ିପିକୁ ୬ରୁ ୧୨ ଆସନ ମିଳିବ ।
ଗୁଲିସ୍ତାନ ନ୍ୟୁଜର ସର୍ଭେ ଅନୁଯାୟୀ, କଂଗ୍ରେସକୁ ୩ରୁ ୬ ଆସନ, ବିଜେପିକୁ ୨୮ରୁ ୩୦ ଆସନ, ଜେକେଏନସିକୁ ୨୮ରୁ ୩୦ ଆସନ, ପିଡ଼ିପିକୁ ୫ରୁ ୭ ଏବଂ ଅନ୍ୟ ଦଳକୁ ୮ରୁ ୧୬ ଆସନ ମିଳିବ ।
ଅପରପକ୍ଷରେ ପୋଲସ ଅଫ ପୋଲସ ସର୍ଭେ କହୁଛନ୍ତିଯେ, ନାସନାଲ କନଫେରେନ୍ସ ଓ କଂଗ୍ରେସ ମେଣ୍ଟକୁ ୪୬ରୁ ୫୦, ବିଜେପିକୁ ୨୩ରୁ ୨୭, ପିଡ଼ିପିକୁ ୭ରୁ ୧୧ ଏବଂ ଅନ୍ୟ ଦଳଗୁଡ଼ିକୁ ୪ରୁ ୬ ଆସନ ମିଳିବ । ଯେତେବେଳେକି ଦୈନିକ ଭାସ୍କରର ଏକଜିଟ ପୋଲ ଅନୁଯାୟୀ, ନାସନାଲ କନଫେରେନ୍ସ ଓ କଂଗ୍ରେସକୁ ୩୫ରୁ ୪୦ ଆସନ ମିଳିବ । ଅପରପକ୍ଷରେ ବିଜେପିକରୁ ୨୦ରୁ ୨୫ ଆସନ ମିଳିବ ବୋଲି ଆକଳନ କରାଯାଇଛି । ମେହବୁବା ମୁଫତି ହିଁ କିଙ୍ଗମେକର ହେବେବୋଲି ସର୍ଭେରେ ଦର୍ଶାଯାଇଛି ।