ଅସନପାଟରେ ରାଜନାଥ, ନବୀନଙ୍କ ନିର୍ବାଚନୀ ସଭା

ଅସନପାଟରେ ରାଜନାଥ, ନବୀନଙ୍କ ନିର୍ବାଚନୀ ସଭା

କେନ୍ଦୁଝର: କେନ୍ଦୁଝରରେ ଭୋଟଗ୍ରହଣକୁ ଆଉ ମାତ୍ର ସପ୍ତାହେରୁ କମ ଦିନ ବାକି ଅଛି। ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ରାଜନୈତିକ ଦଳମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ଶୋଭାଯାତ୍ରା, ସଭାସମିତିରେ ଗାଁଗଣ୍ଡା କମ୍ପୁଛି। ଏପର୍ୟ୍ୟନ୍ତ ଜିଲ୍ଲା ନେତାମାନେ ପ୍ରଚାରର ମଙ୍ଗ ଧରିଥିଲେ। ଏବେ ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ କେନ୍ଦୁଝର ମୁହାଁ ହେବାକୁ ଯାଉଛନ୍ତି। ଆସନ୍ତାକାଲି ଦୁଇ ହେଭିୱେଟ୍‌ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ପାଟଣା ନିର୍ବାଚନମଣ୍ଡଳୀର ଅସନପାଟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହାଟଡିହି ବ୍ଲକ୍‌ ଅଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା ରହିଛି। ଉଭୟଙ୍କ ଗସ୍ତକୁ ନେଇ କେନ୍ଦୁଝର ଜିଲ୍ଲା ରାଜନୀତି ଚଳଚଞ୍ଚଳ ହୋଇଉଠିଛି।
ଆସନ୍ତାକାଲି ରାଜନାଥ ସିଂହ ପ୍ରଥମେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ନିର୍ବାଚନୀ ସଭାରେ ଯୋଗଦେବେ। ସେଠାରୁ ହେଲିକପ୍ଟର ଯୋଗେ ୧୦.୫୫ରେ ବାହାରି କେନ୍ଦୁଝର ଆସିବେ। ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝୁମ୍ପୁରା ବ୍ଲକ୍‌ ଅସନପାଟରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକଙ୍କ ପାଇଁ ପ୍ରଚାର କରିବେ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କେନ୍ଦୁଝର ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ନିର୍ବାଚନୀସଭାରେ ଯୋଗଦେବେ। ପୂର୍ବାହ୍ନ ୧୧ଟା ସମୟରେ ଶ୍ରୀ ପଟ୍ଟନାୟକ ପ୍ରଥମେ କେନ୍ଦୁଝର ନିର୍ବାଚନମଣ୍ଡଳୀର ସିଲିସୁଆଁଠାରେ ହେବାକୁ ଥିବା ନିର୍ବାଚନୀସଭାରେ ଯୋଗଦେବେ। ଏଠାରେ ବିଧାୟକ ପ୍ରାର୍ଥୀ ମୀନା ମାଝୀ ଓ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦୁଙ୍କ ପାଇଁ ଭୋଟ ମାଗିବେ। ସେଠାରୁ ହେଲିକପ୍ଟରରେ ଆସି ହାଟଡିହି ବ୍ଲକ୍‌ର ଅଣା ପଡ଼ିଆରେ ଓହ୍ଲାଇବେ। ଏଠାରେ ହେବାକୁ ଥିବା ନିର୍ବାଚନୀ ସଭାରେ ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦୁଙ୍କ ପାଇଁ ଭୋଟ ମାଗିବେ। ଅନ୍ୟପକ୍ଷରେ ଦୁଇ ହେଭିୱେଟ୍‌ଙ୍କ ଗସ୍ତ ଯୋଗୁଁ