ପ୍ରତିଦିନ ଖଜୁରି ସେବନ କଲେ ମିଳିବ ଫାଇଦା
ଖଜୁରି ପୋଷକ ତତ୍ତ୍ୱର ଭଣ୍ଡାର । ଖାଲି ସ୍ୱାଦଦୃଷ୍ଟିରୁ ଏହା ଭଲ ତା’ ନୁହେଁ ଏଥିରେ ଭରି ରହିଛି ବହୁ ପୋଷଣ । ଯାହା ଆମ ଶରୀର ପାଇଁ ହୀତକର । ଯଦି ପ୍ରତ୍ୟେକ ବ୍ୟକ୍ତି ଠିକ୍ ମାତ୍ରାରେ ଖଜରା ଖାଇବେ ତେବେ ସେମାନଙ୍କୁ ତା’ ଫାଇଦା ନିଶ୍ଚୟ ମିଳିବ । ଉଚିତ୍ ଡାଏଟ୍ ଓ ବ୍ୟାୟାମ ସାଙ୍ଗକୁ ବ୍ୟକ୍ତି ଯଦି ନିଜ ଆବଶ୍ୟକ ପରିମାଣର ଖଜୁରି ସେବନ କରାଯାଏ ତେବେ ସେହି ବ୍ୟକ୍ତି ନିହାତି ଭାବେ ଲାଭବାନ୍ ହୋଇପାରିବେ ।
ଖଜୁରିରେ ପ୍ରଚୁର ପରିମାଣର ଫାଇବର, ଭିଟାମିନ୍ସ, ମିନରାଲ୍ ରହିଛି । ଏହାଛଡ଼ା ଖଜୁରି ଖାଇବା ଦ୍ୱାରା ଶରୀରର ଏନର୍ଜି ବୁଷ୍ଟ ହୋଇଥାଏ । ଭରପୁର ମାତ୍ରାରେ ଫାଇବର ଥିବାଯୋଗୁ ଏହା ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଯାହାଦ୍ୱାରା ଖାଦ୍ୟ ଖାଇବାକୁ ପଡେ ନାହିଁ । ଫଳରେ ଶରୀର କ୍ୟାଲୋରୀ ବାଲାନ୍ସ ହୋଇ ରୁହେ । ଶରୀରର ଓଜନ କମିବା ଆରମ୍ଭ ହେଲେ ଥକା ଲାଗେ । କିନ୍ତୁ ଖଜୁରି ଖାଇବା ଯୋଗୁ ଥକାପଣ ମଧ୍ୟ ଦୂର ହୁଏ । ବିଶେଷ କରି ମିଠା ଖାଇବା ଯୋଗୁ ଶରୀର ଓଜନ ଦୃତ ବେଗରେ ବଢ଼ିଥାଏ । କିନ୍ତୁ ଖଜୁରି ଖାଇବା ଦ୍ୱାରା ମିଠା ଖାଇବାର କ୍ରେଭିଂ ଆଉ ହୁଏ ନାହିଁ । ଯଦି କୌଣସି ବ୍ୟକ୍ତି ପତଳା ହେବାକୁ ଚାହାନ୍ତି ତେବେ ସେମାନେ ମିଠାଠାରୁ ଦୂରରେ ରହିବା ନିହାତି ଆବଶ୍ୟକ । ବର୍ତ୍ତମାନ ସମୟରେ ମୋଟାପଣ ଅନେକଙ୍କ ଚିନ୍ତା ପାଲଟିଛି । ମୋଟାପା ଯୋଗୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖାଯାଉଛି । ପରିସ୍ଥିତି ଏମିତି ହେଉଛି ଯେ, ଲୋକେ ଜୀବନ ଯାକ ସେହି ରୋଗକୁ ବୋଝ ପରି ବୋହୁଛନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରର ଯତ୍ନ ନେବା ଆବଶ୍ୟକ । ପ୍ରତିଦିନ ବ୍ୟାୟାମ ସାଙ୍ଗକୁ ପୁଷ୍ଟିକର ଖାଦ୍ୟ ସୁସ୍ଥ ଶରୀର ଗଠନରେ ସାହାର୍ଯ୍ୟ କରେ ।