ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ !

ସୁସ୍ଥ ଶରୀର ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହାସହ ନିଜ ଖାଦ୍ୟ ପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ୍। ରୁଟି ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରୁଟି ନଖାଇଲେ ଶାନ୍ତି ଅନୁଭବ ହୋଇନଥାଏ। ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି।
ଭାତ ତୁଳନାରେ ରୁଟି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। ସମସ୍ତ ସମୟରେ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଗହମ ଅଟାରୁ ପ୍ରସ୍ତୁତ ଗୋଟିଏ ରୁଟିରେ ପ୍ରାୟ ୧୦୪ କ୍ୟାଲୋରୀ ରହିଥାଏ। ଗୋଟିଏ ରୁଟିରେ ୧୫ରୁ୨୦ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ।
ପୁରୁଷ ଓ ମହିଳାଙ୍କ ପାଇଁ ରୁଟିର ପରିମାଣ ଭିନ୍ନ। ଯେଉଁ ମହିଳାମାନେ ନିଜ ଖାଦ୍ୟରେ ଗୋଟିଏ ଦିନରେ ୧୪୦୦ କ୍ୟାଲୋରୀର ସେବନ କରନ୍ତି, ସେମାନେ ଗୋଟିଏ ଦିନରେ ୨ଟି ରୁଟି ସକାଳେ ଓ ୨ଟି ରୁଟି ରାତିରେ ଖାଇବା ଉଚିତ୍। ସେହିଭଳି ଯେଉଁମାନଙ୍କ ଖାଦ୍ୟରେ ୧୭୦୦ କ୍ୟାଲେରୀ ,ସେମାନେ ଖରାବେଳ ଖାଦ୍ୟ ଓ ରାତିରେ ୩ଟି ଲେଖାଏଁ ରୁଟି ଖାଇପାରିବେ।
ରାତିରେ ଅଧିକ ରୁଟି ସେବନ କରିବା ଉଚିତ ନୁହେଁ। ରାତି ସମୟରେ ରୁଟି ଖାଉଥିଲେ ୨ଟି ରୁଟିରୁ ଅଧିକ ଖାଆନ୍ତୁ ନାହିଁ। ରୁଟି ଖାଇବା ପରେ କିଛି ସମୟ ଚାଲନ୍ତୁ। ରୁଟି ହଜମ ହେବା ପାଇଁ ନିର୍ଦ୍ଦିଷ୍ଟ ସମୟ ଲାଗିଥାଏ।
ଗ୍ୟାସରେ ରୁଟି ସିଧାସଳଖ ସେକନ୍ତୁ ନାହିଁ। ଏହାକୁ ତାୱା ଉପରେ ହିଁ କପଡା ଦ୍ୱାରା ପ୍ରସ୍ତୁତ କରନ୍ତୁ। ଗ୍ୟାସରେ ସିଧାସଳଖ ରୁଟି ସେକିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ, ଗୋଟିଏ ଦିନରେ ୨ଟି ରୁଟି ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।