ଆଖିରେ ପରିବର୍ତ୍ତନ ଆସିଲେ,ମଧୁମେହ!

ଆଖିରେ ପରିବର୍ତ୍ତନ ଆସିଲେ,ମଧୁମେହ!


 ମଧୁମେହ ଓ ଉଚ୍ଚ ରକ୍ତଚାପ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି  । ମଧୁମେହ ଶରୀରର ଅଙ୍ଗ ଉପରେ ଅନେକ ପ୍ରଭାବ ପକାଇଥାଏ  । ଯେଉଁଥିରେ ଆଖି ମଧ୍ୟ ସାମିଲ । ଆଖିରୁ ମିଳୁଥିବା ଏହି ୬ଟି ସଙ୍କେତକୁ ଅଣଦେଖା କରନ୍ତୁ ନାହିଁ । ମଧୁମେହ କାରଣରୁ ଆଖି ମାଂସାପଶୀ ଓ ଶିରା ଉପରେ କୁପ୍ରଭାବ ପଡିଥାଏ  । ଯାଦ୍ୱାରା ଆଖିକୁ ପରିଷ୍କାର ଦେଖା ନଯିବା କିମ୍ବା ଝାପସା ଦେଖାଯାଏ  । ହଠାତ୍‌ ଆଖିରେ ଯନ୍ତ୍ରଣା ହେବା, ଏହି ଯନ୍ତ୍ରଣା ଲାଗି ରହିବା, ଏହା ଆଖି ପାଇଁ କ୍ଷତିକାରକ ହୋଇଥାଏ । ଆଖିରେ କଳା ଦାଗ ସୃଷ୍ଟି ହେଉଥିଲେ ମଧ୍ୟ ଏହାକୁ ଅଣଦେଖା କରନ୍ତୁ ନାହିଁ  ।  ମଧୁମେହ କାରଣରୁ ରଙ୍ଗକୁ ଦେଖିବାର କ୍ଷମତା ହ୍ରାସ ପାଇଥାଏ  । ଯେଉଁଥିରେ ରଙ୍ଗ ଫିକା ଦେଖାଯାଇଥାଏ  । ମଧୁମେହ ଆଖିକୁ ଶୁଷ୍କ କରିବା ସହ ଅଧିକାଂଶ ସମୟ କୁଣ୍ଡାଇ ହେବା ଭଳି ଅନୁଭବ ହୋଇଥାଏ  ।  ଆଖିରେ ଅଧିକ ଥକ୍କାପଣ ଓ ମୁଣ୍ଡ ବିନ୍ଧା ସମସ୍ୟା ଲାଗି ରହିଥାଏ  ।ଏସବୁ ମଧ୍ୟରୁ ଯେକୌଣସି ଗୋଟିଏ ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ  ।