ବେଆଇନ ମଦ କାରବାର : ୧୧ଦିନରେ ଜବତ ହେଲାଣି ୧ ଲକ୍ଷ ୪୮ହଜାର ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୭୦ ହଜାର କେଜି ପ୍ରସ୍ତୁତ ସାମଗ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ାଉ ୧୧ ଦିନରେ ପହଁଚିଛି । ଇତି ମଧ୍ୟରେ ଅବକାରୀ ବିଭାଗର ବିଭିନ୍ନ ଦଳ ସାରା ରାଜ୍ୟରେ ଚଢ଼ାଉ  କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ ହୋଇଛି । 
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ବେଆଇନ ମଦ କାରବାର ନେଇ ମୋଟ ୨୮୭୮ଟି କେସ୍‌ ପଞ୍ଜିକୃତ ହେବା ସହ ୧୬୦୭ ଜଣଙ୍କୁ ଗିରଫ କରାଯାଇଛି ।
 ସେହିପରି  ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ଏଥି ସହିତ ଏହି ବେଆଇନ କାରବାରରେ ବ୍ୟବହୃତ ୧୫୯ଟି ଗାଡ଼ିକୁ ଜବତ କରାଯାଇଛି ।