ଜିନିଷ ଏକ: ଉପକାର ଅନେକ-କଲରା

ଜିନିଷ ଏକ: ଉପକାର ଅନେକ-କଲରା

କଲରାରେ ଅନେକ ଉପକାରୀ ଗୁଣ ଭରି ରହିଛି । ସେ ସମ୍ପର୍କରେ ସୂଚନା...
କଲରାରେ ଭିଟାମିନ୍‌-ସି ପ୍ରଚୁର ପରିମାଣରେ ରହିଛି ।
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କଲରା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହା ବାହାର ଜୀବାଣୁକୁ ଶରୀର ଭିତରକୁ ଯିବାକୁ ଦିଏ ନାହିଁ । ପ୍ରତିଦିନ କଲରା ଖାଇଲେ ତାହା ଦୃଷ୍ଟିଶକ୍ତି ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।
କଲରା ଜୁସ୍‌ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ । 
ନୟମିତ କଲରା ଖାଇଲେ ଓଜନ ସନ୍ତୁଳିତ ରହେ । କଲରା ଶରୀରରେ ଆଲର୍ଜି ହେବାକୁ ଦିଏନାହିଁ ।