ରକ୍ତଚାପକୁ ନିୟନ୍ତ୍ରଣ କରେ ଅଙ୍ଗୁର

ଅଙ୍ଗୁରରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଯାହା କୋଲେଷ୍ଟରଲ୍ର ପରିମାଣକୁ ଉପକାରୀ ଗୁଣ ଭରି ରହିଛି । ସବୁଠାରୁ ଖାସ୍ କଥା ହେଲା, ଯଦି ଆପଣଙ୍କର ରକ୍ତଚାପଜନିତ ସମସ୍ୟା ରହିଛି ତେବେ ଅଙ୍ଗୁର ତାହାକୁ କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ । କେବଳ ସେତିକି ନୁହେଁ, ଏହାକୁ ନିୟମିତ ଖାଇଲେ ପ୍ରତିରୋଧକ ତାହା ରୋଗ ଶକ୍ତିକୁ ଆହୁରି ଦୃଢ଼ କରିଥାଏ । କାରଣ ଏଥିରେ ଭିଟାମିନ୍- ସି ଭରି ରହିଛି । କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ନିୟମିତ ଅଙ୍ଗୁର ଖାଇଲେ ସେଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ କ୍ୟାନ୍ସର ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ । ଅଙ୍ଗୁରରେ ଫାଇବର୍ ମଧ୍ୟ ରହିଛି, ଯାହା କୋଲେଷ୍ଟରଲ ପରିମାଣକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ଏହା ମସ୍ତିଷ୍କ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏଥିରେ ଥିବା କ୍ୟାଲସିୟମ ତତ୍ତ୍ୱ ଅସ୍ଥିକୁ ଦୃଢ଼ ରଖେ । ସୁନିଦ୍ରାରେ ଏହା ମଧ୍ୟ ସାହାଯ୍ୟ କରିଥାଏ ।