ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍
 
                                ବଢୁଛି ଜଳସ୍ତର ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର। ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି। ଆଜି ପୂର୍ବାହ୍ଣରେ ୪ଟି ଗେଟ୍ ଖୋଲାଯାଇଥିବା ବେଳେ ଅପରାହଣରେ ପୁଣି ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଏବଂ ଜଳଭଣ୍ଡାରର କ୍ଷମତାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ କରାଯାଇଛି। ଜଳଭଣ୍ଡାର ବାମ ପାର୍ଶ୍ବରୁ ୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୫ଟି ଗେଟ୍ ଖୋଲି ଦିଆଯାଇଛି ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।
 
 Henamanjaree Swain
                                    Henamanjaree Swain                                 
    
             
    
             
    
             
    
             
    
 
    
 
 
 
