ଅଦିନିଆ ବର୍ଷାରେ ଉଜୁଡିଲା ଚାଷ
ାା ପ୍ରଭାନୁ୍ୟଜ ।ା ରାଜକନିକା,୧୯ା୪: ଗତ ଏକ ସପ୍ତାହ ହେବ କାଳ ବୈଶାଖୀ ପ୍ରଭାବରୁ ଅଦିନିଆ ବର୍ଷା, ପବନରେ ରାଜକନିକା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅମଳ ହେବାକୁ ଥିବା ପାଚିଲା ଡ଼ାଳୁଅ ଧାନ ଉଜୁଡି ଯାଇଛି । କଟା ହେଇ ବିଲରେ ପଡ଼ିଥିବା ଧାନ ଗଜା ହେବା ସହ ନଡା ପଚି ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସଙ୍ଗେ ସଙ୍ଗେ କିଆରୀ ରେ ପାଣି ଭର୍ତ୍ତୀ ହୋଇ ଧାନ ସବୁ କିଆରୀ ରେ ଝଡି ଯାଉଛି । ଏପରି ଘଡିସନ୍ଧି ମହୁର୍ତ୍ତରେ ହଜାର ହଜାର ଟଙ୍କା ଋଣ କରି ଖର୍ଚ୍ଚ କରିଥିବା ଚାଷୀ ମୁଣ୍ଡରେ ଚଡକ ପଡିଛି ।ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀ ପ୍ରଭାବରେ ବ୍ଲକର ହାଟସାହି, ଓଳାଭର, ପେଗରପଡା, ନହୁଣୀ,ବରୁଣା, ସିହୋପଡା, ନମତରା, ପାରିନୁଆପଡା ଓ ବଳରାମପୁର ପଞ୍ଚାୟତରେ ଡ଼ାଳୁଅ ଧାନ ମାତ୍ରାଧିକ ପରିମାଣରେ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ପାଣିପାଗର ଅଚାନକ ପରିବର୍ତ୍ତନ ଫଳରେ ଚାଷୀକୁଳ ହତାଶ ହେଉଥିବା ଦେଖିବାକୁ ମିଳିଛି । ବ୍ଲକର ପାଖାପାଖି ହଜାର ହେକ୍ଟର ଧାନ ବିଲରେ ବର୍ଷାଜଳ ଜମି ରହିଥିବା ଦେଖିବାକୁ ମିଳିଛି । ତେବେ ଏନେଇ ସ୍ଥାନୀୟ ପ୍ରଶାସନ କ୍ଷୟକ୍ଷତିର ଆକଳନ କରିବାକୁ ଚାଷୀ ଦାବି କରିଛି ।