ହେମନ୍ତ ସୋରେନ୍ ବାଣ୍ଟିଲେ ବିଭାଗ

ହେମନ୍ତ ସୋରେନ୍ ବାଣ୍ଟିଲେ ବିଭାଗ

 ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ, ଏବେ ମନ୍ତ୍ରୀଙ୍କ ଭିତରେ ବିଭାଗ ବାଣ୍ଟିଛନ୍ତି ହେମନ୍ତ ସୋରେନ୍ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜ ପାଖରେ ସବୁଠୁ ଅଧିକ ୫ଟି ବିଭାଗ ରଖିଥିବାବେଳେ, ଗୃହ ବିଭାଗ ସହିତ ସଡକ ନିର୍ମାଣ ଭଳି ବିଭାଗକୁ ନିଜ ପାଖରେ ରଖିଛନ୍ତି । ଖାଲି ସେତିକି ନୁହେଁ, ଯେଉଁ ବିଭାଗ ମନ୍ତ୍ରୀମାନଙ୍କ ଭିତରେ ଆବଣ୍ଟନ ହେଇନି, ସେହି ବିଭାଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ।

ଜାଣିରଖିବା ଉଚିତ୍ ଯେ, ହେମନ୍ତଙ୍କ କ୍ୟାବିନେଟରେ ମହିଳା କଲ୍ୟାଣ ବିଭାଗ କାହାକୁ ବି ଦିଆଯାଇନି । ତେବେ କଂଗ୍ରେସ ନେତା ରାଧାକୃଷ୍ଣ କିଶୋରଙ୍କୁ କ୍ୟାବିନେଟରେ ୪ଟି ବିଭାଗର ଦାୟିତ୍ୱ ଦିଆଯାଇଛି । ଏହାସହ ଦୀପିକା ପାଣ୍ଡେ, ସୁଦିବ୍ୟ ସୋନୁ ଓ ଇରଫାନ୍ ଅନସାରୀଙ୍କୁ ୩ଟି ଲେଖାଏଁ ବିଭାଗ ମିଳିଛି । 
ତେବେ ହେମନ୍ତ ସୋରେନ ନିଜ ପାଖରେ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଥିବାବେଳେ, କଂଗ୍ରେସ ନେତା ରାଧାକୃଷ୍ଣ କିଶୋରଙ୍କୁ ଅର୍ଥ ସହିତ ଯୋଜନା, ବାଣିଜ୍ୟ, କର ଓ ସଂସଦୀୟ ବ୍ୟାପାର ବିଭାଗ ମିଳିଛି । ସେହିପରି ଇରଫାନ ଅଂସାରୀଙ୍କୁ ସ୍ୱାସ୍ଥ୍ୟ ସହିତ ମେଡିକାଲ ଶିକ୍ଷା, ଖାଦ୍ୟ ଏବଂ ଯୋଗାଣ ବିଭାଗ ମିଳିଛି ।