ଯାହାର ସର୍ବନାଶ କଲେ ତାଙ୍କୁ କରିବେ ବିବାହ : ହାଇକୋର୍ଟ

ଯାହାର ସର୍ବନାଶ କଲେ ତାଙ୍କୁ କରିବେ ବିବାହ : ହାଇକୋର୍ଟ

କୋର୍ଟଙ୍କ ରାୟ ଦୁଷ୍କର୍ମ ପୀଡ଼ିତାଙ୍କୁ  ବିବାହ କରିବେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ। ଯାହାଙ୍କର ସର୍ବନାଶ କରିଥିଲେ, ତାଙ୍କୁ ନିଜର ଜୀବନ ସାଥୀ କରିବେ। ନହେଲେ କଡ଼ା ଶାସ୍ତି ମିଳିବ। ଆଉ କୋର୍ଟଙ୍କ ରାୟରେ ସହମତି ପ୍ରକାଶ କରିବା ପରେ ଅଭିଯୁକ୍ତକୁ ମିଳିଲା ଜାମିନ। ୨୦୨୩ ମସିହାରେ ନିଆଳି ଅଞ୍ଚଳରେ ଏକ ଦୁଷ୍କର୍ମ ହୋଇଥିଲା। ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ହେଲେ ଅଭିଯୁକ୍ତର କେସ୍ କୋର୍ଟରେ ଚାଲିଥିଲା ଆଉ ଏହି କେସର ବିଚାର କରିବାକୁ ଯାଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ।  କୋର୍ଟଙ୍କ ନିର୍ଦ୍ଦେଶ ଯଦି ଦୁଷ୍କର୍ମ ଅଭିଯୁକ୍ତ ବଳାତ୍କାର କରିଥିବା ପୀଡିତାଙ୍କୁ ବିବାହ କରନ୍ତି, ତେବେ ଯାଇ ତାଙ୍କୁ ଜାମିନ ମିଳିବ। ଆଉ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଅଭିଯୁକ୍ତମାନିନେଇ ଆଉ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲା।