ପ୍ରିନ୍ସିପାଲ ପ୍ରମାଣ ମାଗିଥିଲେ : ଏଫଏମ୍ କଲେଜ ଛାତ୍ରୀ
ଏଫଏମ୍ ଛାତ୍ରୀ ମୃତୁ୍ୟ ଦିନର ଘଟଣାକୁ ବଖାଣିଛନ୍ତି ମୃତକଙ୍କ ସାଙ୍ଗ । ସେଦିନ ପ୍ରିନ୍ସିପାଲ୍ ଅଭିଯୋଗର ପ୍ରମାଣ ଦେବାକୁ ତାକୁ କହିଥିଲେ । ଯଦି ପ୍ରମାଣ ନଦେଇ ପାରିବ ତୁମ ବିରୋଧରେ ଆକ୍ସନ ହେବ ବୋଲି କହିଥିଲେ । ସେ ନାଚାର ଥିଲା , ପ୍ରମାଣ କୋଉଠୁ ଆଣିଥାଆନ୍ତା । ଜୁନିଅର ଓ ସାଙ୍ଗଙ୍କ ଖରାପ କମେଣ୍ଟକୁ ସହି ପାରିଲା ନାହିଁ । ଏଚଓଡିଙ୍କ ପ୍ରରୋଚନାରେ ପିଲାମାନେ ମାତିଥିଲେ । ଶହେ ପିଲା ପ୍ରିନ୍ସିପାଲଙ୍କୁ ଲେଖିକି ଦେଇଥିଲେ ଓ ଦୁଇ ଶହ ପିଲା ସପୋର୍ଟ କରୁଥିଲେ । ଯଦି ଏଚଓଡିଙ୍କୁ ତୁରନ୍ତ ହଟା ଯାଇଥାନ୍ତା ତେବେ ନ୍ୟାୟ ପାଇବାର ଆଶା ରହିଥାଆନ୍ତା । ତଦନ୍ତ ପରେ ଯିଏ ଦୋଷୀ ତାକୁ ଜଳାଇ ମାରିବା ଉଚିତ୍ ।