ହାଇସ୍କୁଲ ଶିକ୍ଷକଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା
highschool teacher
ଭୁବନେଶ୍ୱର : ହାଇସ୍କୁଲ ଶିକ୍ଷକମାନଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ସେମାନଙ୍କ ଘର ଓ ଜମି ପାଇଁ ଅଗ୍ରୀମ ଟଙ୍କା ଦିଆଯିବ । ଏନେଇ ସରକାରଙ୍କ ପକ୍ଷରୁ ଡିଇଓମାନଙ୍କୁ ପତ୍ର ଲେଖାଯାଇଛି । ଯେଉଁମାନେ ଜମି କିମ୍ବା ଘର କରିବେ ଅବା କୋଠା କିଣିବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅଗ୍ରୀମ ବା ଆଡ଼ଭାନ୍ସ ମିଳିବ । ମାଡ଼ମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବା ପତ୍ରରେ ଏହା ଉଲ୍ଲେଖ କରାଯାଇଛି । ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି । ଜମି କିଣା ପାଇଁ ଅଗ୍ରୀମ ନେବାକୁ ହେଲେ ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ସରକାରଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ । ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଏହି ସୁବିଧା ପାଇପାରିବେ ।