ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଶିଳାନ୍ୟାସ କଲେ ବିଧାୟକ
ବ୍ରହ୍ମବରଦା : ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ କାକୁଡିକୁଦ ଗ୍ରାମରେ ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଉପ- ସ୍ୱାସ୍ଥ୍ୟକେନ୍ଦ୍ର ଗୃହର ନିର୍ମାଣ ନିମନ୍ତେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଆଜି ଶିଳାନ୍ୟାସ କରିଛନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ ୩୬ ଲକ୍ଷ ଟଙ୍କା ଆୟବ୍ୟୟ ଅଟକଳ କରାଯାଇଥିବା ବେଳେ ଆସନ୍ତା ୨ବର୍ଷ ମଧ୍ୟରେ କାର୍ଯ୍ୟ ସମାପ୍ତି କରିବାକୁ ନିଦେ୍ର୍ଦଶ ରହିଛି । କାର୍ଯ୍ୟକ୍ରମରେ ବରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ଜିଲ୍ଲା ପରିଷଦ ଦିଲ୍ଲୀପ ମହାନ୍ତି, ଝାଲପଡା ସରପଞ୍ଚ ଭାରତୀ ମଲ୍ଲିକ, ନାଏବ ସରପଞ୍ଚ ବେଣୁଧର ମୁଦୁଲି, ଏରବାଙ୍କ ସରପଞ୍ଚ ରେଖା ମଲ୍ଲିକ, ଦିଲ୍ଲୀପ କୁମାର ଜେନା, ଉକôଳ ଜେନା, ବାବୁଲା ମଲ୍ଲିକ, କୈଳାସ ନାୟକ, ଚନ୍ଦନ ବିଶ୍ୱାଳ, କେଦାରନାଥ ରାୟ, ବାଦଲ ରାୟ,ସନ୍ତୋଷ ସାହୁ, ପ୍ରିୟନାଥ ରାଉତ,ବିଭୂତିଭୂଷଣ ଦାସ, ରଂଜିତ ନାୟକ, ରାଜେସ ଜେନା, ଶ୍ୟାମସୁନ୍ଦର ବିଶ୍ୱାଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାପତି ରଶ୍ମିତା ସାହୁ ସମ୍ପାଦିକା ଶଶ୍ମିତା ଜେନା, ଅନନ୍ତ ସାହୁ,ଲକ୍ଷ୍ମଣ ବିଶ୍ୱାଳର ସୁବାଷ ଚନ୍ଦ୍ର ରାଉତ, ହରିହର ପୃଷ୍ଟି, ଶିବପ୍ରସାଦ ଜେନା, ନିରଂଜନ ଜେନା, ପ୍ରଶାନ୍ତ ମୁଦୁଲି, ନିଶିକାନ୍ତ ସାହୁ, ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ଝାଲପଡା ପଞ୍ଚାୟତ କାକୁଡିକୁଦ ଠାରେ ଥିବା ମିସନଶକ୍ତି ଗୃହକୁ ରାସ୍ତା, ବିଦ୍ୟୁତ ସଂଯୋଗ, ପାଚେରୀ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା କର୍ମି ମାନେ ବିଧାୟକ ଶ୍ରୀ ମଲ୍ଲିକଙ୍କ ନିକଟରେ ଲିଖିତ ଦାବି ରଖିଥିଲେ ।